ମନ୍ଦାକିନୀ କର ହେଲେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଚେୟାରମ୍ୟାନ୍

ରାଜ୍ୟ ସରକାର ମଙ୍ଗଳବାର ମନ୍ଦାକିନୀ କରଙ୍କୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛନ୍ତି । ସନ୍ଧ୍ୟାବତୀ ପ୍ରଧାନଙ୍କ ସ୍ଥାନ ନେଲେ ମନ୍ଦାକିନୀ କର । ରବିବାର ଦିନ ଓଡ଼ିଶା ସରକାର ବିଜୁ ଜନତା ଦଳ (ବିଜେଡି)ର ନେତାଙ୍କୁ ବିଭିନ୍ନ ବୋର୍ଡ ତଥା ରାଷ୍ଟ୍ରାୟତ୍ତ ନିଗମର ଚେୟାରମ୍ୟାନ୍, ଉପଦେଷ୍ଟା ତଥା ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ ।
ଶିଶୁ ଅଧିକାର ଆଇନ ଆୟୋଗର ୨୦୦୫ ର ଧାରା ୧୭ ଅନୁଯାୟୀ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ଓଏସପିସିଆର, ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏମସିପିସିଆର), ରାଜ୍ୟ ରେଖା ବିଭାଗ ଏବଂ ଅନ୍ୟାନ୍ୟ ରାଜ୍ୟ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରୁଛି। ଆୟୋଗ ସବୁ ସ୍ତରରେ ରାଜ୍ୟରେ ଶିଶୁ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବାକୁ ଏବଂ ସେମାନଙ୍କ ଜୀବନ ଉପରେ ପ୍ରଭାବ ପକାଉଥିବା ନୀତି ତଥା କାର୍ୟ୍ୟକ୍ରମରେ ପିଲାମାନଙ୍କର ସ୍ୱାର୍ଥ ଏବଂ ଚିନ୍ତାଧାରାକୁ ସ୍ୱର ଦେବାକୁ ଚେଷ୍ଟା କରୁଛି।