ଅଶୋକ ପଣ୍ଡା ଓ ବୁନୁଙ୍କ ନିଜ ସ୍ୱାର୍ଥ ବିଜେଡି ପାଇଁ କାଳ, ଦେଖନ୍ତୁ ଭିଡ଼ିଓ

ଅଶୋକ ପଣ୍ଡା ଓ ବୁନୁଙ୍କ ନିଜ ସ୍ୱାର୍ଥ ବିଜେଡି ପାଇଁ କାଳ, ଭୁବନେଶ୍ୱର ବିଜେଡ଼ି ବିଜେଡ଼ ଭିତରେ ଫାଟ ।
ନିର୍ବାଚନ ସସମୟରେ ନେବ ଉଗ୍ରରୂପ,ଏକାମ୍ର ମଧ୍ୟ ଏବେ ବିଜେଡ଼ିର ଟେନ୍ସନ ।
ପର୍ଯ୍ୟବେକ୍ଷକ ଙ୍କ ପାଖରେ କଲେଣି ଅଭିଯୋଗ ।
ଅଶୋକ ପଣ୍ଡା ଏବଂ ଅନନ୍ତ ଜେନାଙ୍କ ଯୋଡି ଭୁବନେଶ୍ୱର ବିଜେଡିକୁ ଅତ୍ୟନ୍ତ କ୍ଷତି ପହଞ୍ଚାଇବ ବୋଲି ଅଭିଯୋଗ ନେଇ ପ୍ରାୟ ୩୦ରୁ ଉର୍ଦ୍ଧ ନେତା କିଛିଦିନ ଦିନ ତଳେ ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କୁ ଭେଟିଛନ୍ତି । ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେମାନେ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରବୀନ୍ଦ୍ର ଙ୍କ ପାଖରେ ଦାବି କରିଛନ୍ତି ।
ଘଟଣାକ୍ରମ ହେଲା ନବୀନ ଓଡ଼ିଶା ମଙ୍ଗ ଧରିଥିବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭୁବନେଶ୍ୱର ବିଜେଡି ପକ୍ଷରୁ ନିକଟରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଏମସି କର୍ପୋରେଟରମାନଙ୍କୁ ଏକାଠି କରିବାର ଦାୟିତ୍ୱ ନେଇଥିଲେ ମେୟର ସୁଲୋଚନା ଦାସ । ଏକଥା ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ବରଦାସ୍ତ କରିପାରିଲେ ନାହିଁ । ରାଗିଯାଇ ମେୟରଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଫୋନ୍ କରି ମେୟର ଏଥିରେ ମୁଣ୍ଡ ନ ପୂରାଇବାକୁ ଧମକାଇଥିଲେ । ଏପରିକି ସମ୍ବର୍ଦ୍ଧନା ସମୟରେ ୫-ଟି ଅଧ୍ୟକ୍ଷଙ୍କୁ ଫୁଲତୋଡ଼ା ଦେବାର ସୁଯୋଗ ମଧ୍ୟ ମେୟରଙ୍କୁ ଦେଲେ ନାହିଁ । ଏପରିକି ରାଗରେ ଜଳୁଥିବା ମନ୍ତ୍ରୀ ପଣ୍ଡାବାବୁ ଏକ କାର୍ଯ୍ୟକ୍ରମ ରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଯୋଗଦେବାକୁ ଯାଇଥିଲେ ସେଠାରେ ଥିବା ମେୟର ଓ ଅନ୍ୟ ସମସ୍ତେ ଭି.କେ.ପାଣ୍ଡିଆନଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ କିନ୍ତୁ ରାଗରେ ଜଳୁଥିବା ପଣ୍ଡାବାବୁ ଯାଇନଥିଲେ ବୋଲି ଚର୍ଚ୍ଚା ହେଉଛି ।
ଯାହାକୁ ନେଇ ଭୁବନେଶ୍ୱର ବିଜେଡ଼ିର ରାଜନୈତିକ କନ୍ଦଳ ର ଗନ୍ଧ ବାରି ହେଉଛି । ଭୁବନେଶ୍ୱର ର ଦୁଇ ନିର୍ବାଚନ ମଣ୍ଡଳୀ ଏବେ ବିଜେଡିର ବଡ଼ ଟେନ୍ସନ ହେବାକୁ ଯାଉଛି । ଏକାମ୍ର ନିର୍ବାଚନ ମଣ୍ଡଳୀରୁ ସଂଗ୍ରାମ ପାଇକରା (ଗାଲା) ଓ ବିରଞ୍ଚି ନାରାୟଣ ମହସୁପକାର (ଲିଟୁ) ଏହି ଦୁଇଜଣ ଏବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିରୋଧ କରି ଟିକେଟ ନ ମିଳିଲେ ସ୍ୱଧୀନ ଲଡିବେ ବୋଲି ଏକ ପ୍ରକାର ଧାର୍ଯ୍ୟ କରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ତିନି ତିନି ଥର ବିଧାୟକ ଏବଂ ଦୁଇ ଥର ମନ୍ତ୍ରୀ ହୋଇଛନ୍ତି । ଯିଏ ମନ୍ତ୍ରୀ ପଦର ସ୍ୱାଦ ଚାଖିଛି ସେ କେମିତି ଏତେ ସହଜରେ ତାକୁ ହାତଛଡ଼ା କରିବ । ସେ ମଧ୍ୟ ନିର୍ବାଚନ ଲଢ଼ି ପୁନର୍ବାର ମନ୍ତ୍ରୀ ଟିଏ ହେବେ ବୋଲି ଆଶା ବାନ୍ଧି ବସିଛନ୍ତି । ୨୦୧୯ ରେ ଗାଲା ପାଇକରା ଙ୍କ ବିଜେଡି ଟିକେଟର ଆଶା ମୌଳିବା ପରେ ସେ ପଦ୍ମ ପୋଖରୀ କୁ ଡିଆଁ ମାରିଥିଲେ କିନ୍ତୁ ଦଳ କୌଶଳ କରି ଗାଲା ଙ୍କୁ ପୁଣି ବିଜେଡ଼ି କୁ ଫେରାଇ ଆଣିବାରେ ସକ୍ଷମ ହେଇଥିଲା । ସେପଟେ କିନ୍ତୁ ଭାଇନାଙ୍କ ଟିକେଟ କେହି କାଟି ପାରିବେନି କାରଣ ଭାଇନା ଙ୍କର ନବୀନ ପଟ୍ଟନାୟକ ପରିବାର ସହ ଭଲ ସମ୍ପର୍କ ବୋଲି ପଣ୍ଡା ବାବୁ ଙ୍କ ସମର୍ଥକ ମାନେ କହି ବୁଲୁଛନ୍ତି । ଇତି ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମଠାରୁ ଆରମ୍ଭ କରି ଜିଲ୍ଲା ସଂଗଠନକୁ ହାତମୁଠାରେ ରଖିବା ପାଇଁ ଶ୍ରୀ ପଣ୍ଡା କୁଆଡ଼େ ଗେମ ପ୍ଲାନ କରିବା ସହ ମଧ୍ୟ ବିଧାୟକ ବୁନୁ ଙ୍କ ସହ ହାତ ମିଳାଇ ଥିବା ଶୁଣିବାକୁ ମିଳୁଛି । ପଣ୍ଡା ବାବୁଙ୍କ ମନମୁଖୀ କାର୍ଯ୍ୟ କଳାପ ପାଇଁ ଗତଥର ବାବୁ ସିଂଙ୍କ ଭଳି ଜଣେ ଦକ୍ଷ ନେତାଙ୍କୁ ବିଜେଡି ହରାଇଥିଲା ।