ଓଡ଼ିଶା ମୋ ପରିବାର ସହାୟତା: ଦୁବାଇରୁ ଫେରିଲା ପାର୍ଥିବ ଶରୀର

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ସହାୟତାରେ ଦୁବାଇରୁ ଓଡ଼ିଶା ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର । ଏଥି ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଶେଷକୃତ୍ୟରେ ସମସ୍ତ ସହଯୋଗ କରାଯାଇଥିବା ଜଣାପଡ଼ଛି । କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ ବର୍ଷିୟ ଶେଖ୍ ସାଜିଦ୍ ଦୁବାଇରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।
ଗତ ଏପ୍ରିଲ ୯ ତାରିଖରେ ହୃଦ୍ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ଚାଲିଥିବା ସମୟରେଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେଠାକାର ଲୋହିତ ମହାନ୍ତି ଓଡ଼ିଶା ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରା ମଧ୍ୟ ଏଥିପାଇଁ ସୂଚିତ କରିଥିଲେ । ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପ୍ରତିନିଧି ତଥା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ ପ୍ରହରାଜ, ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ଦୁବାଇସ୍ଥିତ ଡାକ୍ତରଖାନାରେ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ସଂଯୋଜନା କରି ପାର୍ôଥବ ଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ପାର୍ଥିବ ଶରୀର ଓଡ଼ିଶା ପହଞ୍ôଚବା ପରେ ପରିବାର ପ୍ରତିନିଧିମାନେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଉପସ୍ଥିତ ରହି ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ପରିବାରର ଭବିଷ୍ୟତକୁ ନଜରରେ ରଖି ୩୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ଶ୍ରୀ ବେହେରା ସେଠାରେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ଶାନ୍ତ୍ୱନା ଦେବା ସହିତ ଶେଷକୃତ୍ୟ ସମ୍ପନ୍ନରେ ସହାୟତା ଯୋଗାଇ ଦେଇଥିଲେ ।