‘ଓଡିଶା ହୋମିଓପାଥିକ ଡ୍ରଗିଷ୍ଟ ଆସୋସିଏସନ’ ପକ୍ଷରୁ ହୋମିଓପାଥିର ଜନକ ‘ଡାକ୍ତର ସାମୁଏଲ ହାନିମାନ’ଙ୍କର ୨୬୮ତମ ଜନ୍ମ ଜୟନ୍ତୀ ପାଳିତ

0

ହୋମିଓପାଥିର ଜନକ ‘ଡାକ୍ତର ସାମୁଏଲ ହାନିମାନ’ଙ୍କ ୨୬୮ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ‘ଓଡିଶା ହୋମିଓପାଥିକ ଡ୍ରଗିଷ୍ଟ ଆସୋସିଏସନ’ ତରଫରୁ ଭୁବନେଶ୍ଵର ରେଡକ୍ରସ ଛକ ସ୍ଥିତ ହାନିମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା।

ଆସୋସିଏସନର ସଭାପତି ଡା. ରଥିନ୍ଦ୍ର ନାଥ ଦତ୍ତ, ସାଧାରଣ ସମ୍ପାଦକ ଡା. ମନୋରଞ୍ଜନ ରାଉତ, ଉପଦେଷ୍ଟା ଡା. ସଞ୍ଜୟ କୁମାର ପାତ୍ର, ସଂଗଠନ ସମ୍ପାଦକ ଡା. ଦିବ୍ୟ ରଞ୍ଜନ ଜେନା ପ୍ରମୁଖଙ୍କ ସହ ‘ଉଇ ଫର ଭୁବନେଶ୍ବର’ ର ଅମରେଶ ଜେନା, ରୁଦ୍ର ସାମନ୍ତରାୟ, ନରେନ୍ ସାହୁ, ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହି ହାନିମାନଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଆସୋସିଏସନର ସଭ୍ଯ ଡା. ଗଗନ ବିହାରୀ ସ୍ଵାଇଁ, ରଜନୀକାନ୍ତ ଜେନା, ଡା. ସୁଶାନ୍ତ କୁମାର ସାହୁ, ଡା. ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଦୀପ୍ତି ରଞ୍ଜନ ଦାସ, ନିହାର ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଉତ୍ସବରେ ‘ଉଇ ଫର ଭୁବନେଶ୍ବର’ ସଂସ୍ଥା ତରଫରୁ ଆସୋସିଏସନର ଡା. ରଥିନ୍ଦ୍ର ନାଥ ଦତ୍ତ, ଡା. ମନୋରଞ୍ଜନ ରାଉତ, ଡା. ସଞ୍ଜୟ କୁମାର ପାତ୍ର, ଡା. ଗଗନ ବିହାରୀ ସ୍ଵାଇଁ, ଓ ଡା. ଦିବ୍ୟ ରଞ୍ଜନ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା।

Leave a comment