ତିନି ଜଣ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଆଜି ତିନି ଜଣ ବରିଷ୍ଠ ଆଇପିଏସ୍ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସର ୧୯୮୮ ବ୍ୟାଚ ର ପୂର୍ବତନ କମିଶନର ସତ୍ୟଜିତ୍ ମହାନ୍ତି ଓ ମନୋଜ କୁମାର ଛାବ୍ରାଙ୍କୁ ଆଜି ଡିଜିପି ପାହ୍ୟାକୁ ପଦୋନ୍ନତି କରାଯାଇଥିବା ବେଳେ ସେମାନଙ୍କୁ କେଉଁ ସ୍ଥାନର ଦାୟିତ୍ୱ ଦିଆଯିବ ତାହା ଗୃହ ବିଭାଗ ସ୍ଥିର କରିବା ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।
ସେହିପରି କେନ୍ଦ୍ରୀୟ ଡେପୁଟେସନ ଥିବା ୧୯୮୭ ବ୍ୟାଚର ସୁରେନ୍ଦ୍ର ପନୱାରଙ୍କୁ ମଧ୍ୟ ଆଜି ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି ।