ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ କାର୍ଯ୍ଯାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ; ବଜାଇଲେ ଓପନିଂ ବେଲ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଦଲାଲ ଷ୍ଟ୍ରିଟର ଜିଜିଭୟ ଟାୱାର ସ୍ଥିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE) ପରିଦର୍ଶନ କରିଛନ୍ତି । ସେଠାରେ ସେ ବିଏସଇ(BSE) କାର୍ଯ୍ୟାଳୟରେ ଓପନିଂ ବେଲ୍ ବଜାଇଛନ୍ତି । ଓପନିଂ ବେଲ୍ ରିଂ ଉତ୍ସବରେ ନବୀନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଲ୍ ବଜାଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଯୋଗ ଦେବାକୁ ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ । ଆଜି ସେ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ । ବମ୍ବେ ଷ୍ଚକ୍ ଏକ୍ସଚେଞ୍ଜରେ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ବେଲ୍ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ ।
ନବୀନ ଗତ ୧୪ ତାରିଖରେ ମୁମ୍ବାଇରେ ଆୟୋଜିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ ଏବଂ ଓଡ଼ିଶାରେ ପୁଞ୍ଜିନିବେଶ ଓ ମେକ ଇନ୍ ଓଡିଶା ୨୦୨୨ ସଂସ୍କରଣରେ ସାମିଲ ହେବା ପାଇଁ ନିବେଦନ କରିଥିଲେ । ନବୀନ ପ୍ରଥମେ ବିଶିଷ୍ଟ ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଓ ‘ୱାରେ ଇଞ୍ଜିନିୟର୍ସ ଲିଃ.’ର ଅଧ୍ୟକ୍ଷ ହିତେଶ ଚିମନଲାଲ ଦୋଶୀଙ୍କୁ ଭେଟିଥିଲେ ।