ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ

ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର

0

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ଥର ୧୬୪ ମହିଳାଙ୍କ ସମେତ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନରେ ରହିଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ଫଳ ପ୍ରକାଶ ପାଇବା ପରେ ଟପ୍‌ ୧୦ ଜଣଙ୍କ ମଧ୍ୟ ଏଥର ୫ ଜଣ ପୁଅ ଓ ୫ ଜଣ ଝିଅ ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ପଞ୍ଚମ ସ୍ଥାନରେ ଶ୍ୱେତଲିନା ମାହାନା, ଷଷ୍ଠ ସ୍ଥାନରେ ଅଛନ୍ତି ଅଗ୍ନିଜା ଶିବଦତ୍ତା । ଅନ୍ୟପଟେ ସପ୍ତମ ସ୍ଥାନରେ ସନ୍ତୋଷ କୁମାର ପାତ୍ର ଥିବାବେଳେ ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଅଛନ୍ତି ଯଥାକ୍ରମେ ମୀମାଂସା ସାହୁ,ବିନ୍ଦୁ ବଳୟ ରାଉତରାୟ, ସୌମ୍ୟରଂଜନ ମହାପାତ୍ର ।

Leave a comment