ବ୍ରିଜ୍‌ ଲାଗି ରାଜପଥ ଅବରୋଧ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାହାଲି ଗ୍ରାମବାସୀ ଆଜି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ । ବ୍ରିଜ କାମ ସମ୍ପୂର୍ଣ୍ଣ ଦାବି ନେଇ ଆନ୍ଦୋଳନ ଆଉ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ । ଦୀର୍ଘ ୩ ବର୍ଷ ହେଲା ବାହାଲି ଗ୍ରାମର ପୋଲ ନିର୍ମାଣ କାମ ଅଧାପନ୍ତରିଆ ଭାବରେ ପଡି ରହିଛି । ଯାହା ଉପରେ ଆଖପାଖର ୫ ଖଣ୍ଡ ଗାଁର ଲୋକେ ନିର୍ଭର କରିଥାନ୍ତି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ଜ଼ିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି । ଯାହାକି ଆଜି ଆନ୍ଦୋଳନର ରୂପ ନେଇଛି । ଫଳରେ ୫୭ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ ହୋଇ ପଡିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

Leave a comment