ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରାକୃତିକ ପରିବେଶ ମଧ୍ୟରେ ଶିକ୍ଷା। ପ୍ରାକ୍ ସ୍ବାଧୀନତା ସମୟରେ ପୁରୀ ଜିଲ୍ଲା ସତ୍ୟବାଦୀର ବକୁଳ ବନରେ ପ୍ରତିଷ୍ଠା କରାଯାଇଥିବା ବିଦ୍ୟାଳୟ ଚାଲିବ ଓଡ଼ିଆ ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରକଳ୍ପ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’ ନିମନ୍ତେ ରାଜ୍ୟ ସରକାର ପୂରା ଦମ୍‌ରେ ଆରମ୍ଭ କରିଛନ୍ତି ପ୍ରସ୍ତୁତି। ୨୦୨୩ ମସିହା ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବା ସହ ବିଶ୍ବ ବିଦ୍ୟାଳୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ପରମ୍ପରା ସହ ପଞ୍ଚସଖାଙ୍କ ସ୍ମୃତିଜଡ଼ିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ବ ବିଦ୍ୟାଳୟ ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ୨୦୧୮ ମସିହା ସତ୍ୟବାଦୀ ବନ ବିଦ୍ୟାଳୟର ଅଗ୍ର ପ୍ରତିଷ୍ଠାତା ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ (ଅକ୍ଟୋବର ୯)ରେ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ।

ପଞ୍ଚସଖା ଓଡ଼ିଆ ନବଜାଗରଣର ଯେଉଁ ସ୍ବପ୍ନ ଦେଖୁଥିଲେ, ଓଡ଼ିଆ ବିଶ୍ୱବିଦ୍ୟାଳୟ ତାହାକୁ ଆଗକୁ ନେବ ବିଶେଷକରି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଅନୁରୂପ ଭାବରେ ଚଳିତ ବର୍ଷ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟର ନକ୍ସା ଏବଂ ଅଳଙ୍କରଣକୁ ଅନୁମୋଦନ କରିଥିଲେ। ଏହା ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା ଏହା ପରେ ରାଜ୍ୟ କ୍ୟାବିନେଟ୍‌ର ଏନେଇ ବିଭିନ୍ନ ନିଷ୍ପତ୍ତି ନିଆଯିବା ସହ ବଜେଟ୍‌ର ସ୍ବତନ୍ତ୍ର ବ୍ୟୟବରାଦ ମଧ୍ୟ କରାଯାଇଥିଲା ଏବେ ତାହାକୁ ତ୍ବରାନ୍ବିତ କରାଯାଇଛି।

ସ୍ବାଧୀନତା ପୂର୍ବରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ସ୍ଥାପିତ ସତ୍ୟବାଦୀ ବନ ବିଦ୍ୟାଳୟ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ ଭାବରେ ପରିଚିତ ହୋଇ ଆସିଛି। ପଞ୍ଚସଖାଙ୍କ ଦ୍ବାରା ଏହି ବନ ବିଦ୍ୟାଳୟ ସ୍ବାଧୀନତା ଆନ୍ଦୋଳନ ସହ ଓଡ଼ିଶାର ସାହିତ୍ୟ କ୍ଷେତ୍ରରେ ଆଣିଥିଲା ବୈପ୍ଳବିକ ପରିବର୍ତ୍ତନ ସମକାଳୀନ ସାହିତ୍ୟ ‘ପଞ୍ଚସଖା ଯୁଗ ସାହିତ୍ୟ’ ଭାବରେ ପରିଚିତ। ସେହି ମହାନ

ରାଜ୍ୟ ସରକାର ୨୦୨୩ ମସିହାରୁ ସତ୍ୟବାଦୀ କ୍ୟାମ୍ପସର ଓଡ଼ିଆ ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ୨୦୨୩ରୁ ସତ୍ୟବାଦୀରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ । ଏଥପାଇଁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଓଡ଼ିଆ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ଅଗ୍ରଗତି ସମ୍ପର୍କିତ କାର୍ଯ୍ୟର ପ୍ରତି ମାସରେ ସମୀକ୍ଷା କରାଯିବ। ଖୁବ୍‌ଶୀଘ୍ର ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ଓଡ଼ିଆ ବିଦ୍ୟାଳୟର ପାଚେରି ନିର୍ମାଣ କାମ ଆରମ୍ଭ କରିବ । ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ସମସ୍ୟାର ସମାଧାନକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ପୁରୀ ଜିଲ୍ଲାପାଳଙ୍କୁ ଜମି ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବାକୁ କୁହାଯାଇଥିବା ଉନ୍ନୟନ କମିସନର ସୂଚନା ଦେଇଛନ୍ତି । ଚଳିତ ମାସ ଶେଷ ଆଡକୁ ଟେଣ୍ଡର ଆହ୍ବାନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପରେ କାର୍ଯ୍ୟ ଆରମ୍ଭର ମାତ୍ର ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବୈଠକରେ ଉନ୍ନୟନ କମିସନର ଶ୍ରୀ ଜେନାଙ୍କ ସମେତ ପୂର୍ଭ ସଚିବ କ୍ରିଷନ୍‌ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଓଡ଼ିଶା ସେତୁ ନିଗମ ଅଧିକାରୀ ଉପସ୍ଥିତ ରହିଥିଲେ।

Leave a comment