ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ଛାତ୍ରଛାତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ମଙ୍ଗଳବାର ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ଫେରିବା ପରେ ସେଠାକାର ଭୟଙ୍କର ଅନୁଭୂତ ବଖାଣିଥିଲେ ଛାତ୍ରଛାତ୍ରୀ । ଯୁଦ୍ଧ ସମୟରେ ବଙ୍କର ଭିତରେ ରହିବା, ସ୍ୱଳ୍ପ ଖାଦ୍ୟରେ ଦିନ ବିତେଇବା ଏବଂ ପାଦରେ ଚାଲିଚାଲି ଦୀର୍ଘ ରାସ୍ତା ଅତିକ୍ରମ କରି ଭାରତକୁ ଫେରିବା ଏକ ନୂଆ ଜୀବନ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହାସହ ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟ ସରକାର ଓଡ଼ିଶା ଭବନରେ ରହିବା ଖାଇବା ବ୍ୟବସ୍ଥା କରିବା ସହ ଭୁବନେଶ୍ୱର ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

Leave a comment