ବଦଳିଲା ଏନ୍ପିଏସ୍ ଅର୍ଥ ଉଠାଣର ନିୟମ, ଖାତା ଖୋଲିବାର ୩ ବର୍ଷ ପରେ ଆଂଶିକ ଅର୍ଥ ଉଠାଇପାରିବେ

ନ୍ୟାସନାଲ ପେମେଣ୍ଟ ସିଷ୍ଟମ (ଏନ୍ପିଏସ୍) ଖାତାଧାରୀଙ୍କ ପାଇଁ ବଡ଼ ଖବର। ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ କର୍ତ୍ତୃପକ୍ଷ (ପିଏଫଆରଡିଏ) ତରଫରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ଆପଣମାନେ ଖାତା ଖୋଲିବାର ୩ ବର୍ଷ ପରେ ମଧ୍ୟ ସେଥିରୁ ଆଂଶିକ ଅର୍ଥ ଉଠାଇପାରିବେ। ଆପଣଙ୍କ ପକ୍ଷରୁ ପେନସନ ଖାତାରେ ରହିଥିବା ଯୋଗଦାନର ୨୫ ପ୍ରତିଶତରୁ ଅଧିକ ଉଠାଇ ପାରିବେନାହିଁ।
ଏହି ପରିବର୍ତ୍ତିତ ନିୟମ ଗତ ମାସ ୧୨ ତାରିରେ ଜାରି କରାଯାଇଥିବାବେଳେ ଫେବୃଆରୀ ମାସ ପହିଲାରୁ ତାହାକୁ ଲାଗୁ କରାଯାଇଛି। ଉଦାହରଣ ସ୍ୱରୂପ ଯଦି ଏନ୍ପିଏସ୍ ଖାତା ଖୋଲିବାର ୩ ବର୍ଷ ମଧ୍ୟରେ ଆପଣ ୮ ଲକ୍ଷ ଟଙ୍କା ଯୋଗଦାନ ଦେଇଥିବେ ଓ ତାହା ବୃଦ୍ଧି ପାଇ ୧୫ ଲକ୍ଷରେ ପହଞ୍ଚିଥିବ ତେବେ ଏଭଳି ସ୍ଥିତିରେ ଆପଣ ୮ ଲକ୍ଷର ୨୫ ପ୍ରତିଶତ ଅର୍ଥାତ କେବଳ ୨ ଲକ୍ଷ ଟଙ୍କା ହିଁ ଉଠାଇପାରିବେ। ଏନପିଏସ ଖୋଲିବା ପରେ ଆପଣ ସର୍ବାଧିକ ୩ ଥର ନିଜର ପେନସନ ଖାତାରୁ ଅର୍ଥ ଉଠାଇପାରିବେ।
ଦୁଇ ଥର ଅର୍ଥ ଉଠାଣ ମଧ୍ୟରେ ଅତିକମରେ ୫ ବର୍ଷର ସମୟ ବ୍ୟବଧାନ ରହିବା ଆବଶ୍ୟକ। ତେବେ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର କୌଣସି ଗମ୍ଭୀର ବିମାରୀ କ୍ଷେତ୍ରରେ ଏହି ନିୟମ ଲାଗୁ ହୁଏନାହିଁ । ଶିଶୁଙ୍କୁ ଉଚ୍ଚ ଶିକ୍ଷା, ପିଲାଙ୍କ ବିବାହ, ପ୍ରଥମ ଘର କ୍ରୟ, କୌଣସି ବିଶେଷ ବିମାରୀ, ମେଡିକାଲ ଖର୍ଚ୍ଚ, କୌଣସି ନୂଆ ବ୍ୟବସାୟ ଓ ଷ୍ଟାଟଅପ୍ ଆରମ୍ଭ କରିବା ପାଇଁ ଆପଣ ଏନପିଏସରୁ ଅର୍ଥ ଉଠାଇ ପାରିବେ। ଏଥିପାଇଁ ଆପଣଙ୍କୁ ଏକ ସ୍ୱ-ଘୋଷଣାପତ୍ର ଫର୍ମ ଭରିବାକୁ ପଡ଼ିବ।