ଏଣିକି ଓଡ଼ିଆରେ ସ୍ନାତକ ଶିକ୍ଷା

0

ଇଞ୍ଜିନିୟରିଂ ଭଳି ସ୍ନାତକ (ୟୁଜି)ରେ ଛାତ୍ରଛାତ୍ରୀମାନେ ହିନ୍ଦୀ ସମେତ ୧୨ ଆଞ୍ଚଳିକ ଭାଷାରେ ଶିକ୍ଷା ଗ୍ରହଣ କରିବେ। ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷରୁ ପିଲାମାନେ ଆଞ୍ଚଳିକ ଭାଷାରେ ବିଏ (କଳା), ବି.କମ୍‌ (ବାଣିଜ୍ୟ) ଓ ବିଏସ୍‌ସି (ବିଜ୍ଞାନ)ରେ ପଢ଼ିପାରିବେ। ଏଥିପାଇଁ ଇଂରାଜୀ ଭାଷାର ବହିକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍‌.ଜଗଦୀଶ ପ୍ରକାଶ କରିଛନ୍ତି ।

ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଆଞ୍ଚଳିକ ଭାଷାରେ ଶିକ୍ଷାଗ୍ରହଣକୁ ଗୁରୁତ୍ୱ ଦିଆଯାଇଛି । ଏହି ଅନୁସାରେ ଆସନ୍ତା ବର୍ଷରୁ ପିଲାମାନେ ଇଞ୍ଜିନିୟରିଂ ଭଳି ୧୨ଟି ଆଞ୍ଚଳିକ ଭାଷାରେ ସ୍ନାତକ ପଢ଼ିବେ । ହିନ୍ଦୀ, ଅସମୀୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ୍‌, ମରାଠୀ, ଓଡ଼ିଆ, ପଞ୍ଜାବୀ, ଊର୍ଦ୍ଦୁ, ତାମିଲ ଓ ତେଲୁଗୁ ଭାଷାରେ ଛାତ୍ରଛାତ୍ରୀ ସ୍ନାତକ ପଢ଼ିବେ । ଏହି ସବୁ ଭାଷାରେ ପାଠ୍ୟକ୍ରମକୁ ଅନୁବାଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଠ୍ୟପୁସ୍ତକ ଅନୁବାଦ ହେବା ପରେ ଏହାର ଡିଜିଟାଲ୍‌ କପି ମଧ୍ୟ ପିଲାଙ୍କ ପାଇଁ ଉପଲବ୍ଧ ରହିବ । ତେବେ ସ୍ନାତକ ପରେ ସ୍ନାତକୋତ୍ତରରେ ମଧ୍ୟ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବାକୁ ବ୍ୟବସ୍ଥା କରାଯିବ ବୋଲି ପ୍ରଫେସର କୁମାର ସୂଚନା ଦେଇଛନ୍ତି ।

Leave a comment