SCBରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ

0

ବୁର୍ଲା ଭିମ୍‌ସାରରେ ପାଞ୍ଚଦିନର ଚିକିତ୍ସା ପରେ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ ସୁଶାନ୍ତ ଧଳସାମନ୍ତକୁ ଗୁରୁବାର ସନ୍ଧ୍ୟାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସନ୍ଧ୍ୟା ୬ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ଆଡ୍‌ଭାନ୍ସ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ ବା ଉନ୍ନତ ଜୀବନ ସହାୟକ ବ୍ୟବସ୍ଥା ଥିବା ସରକାରୀ ଆମ୍ବୁଲାନ୍ସରେ ତାକୁ କଟକ ଅଭିମୁଖେ ନିଆଯାଇଛି ।

ସିଭିଅର୍‌ ହୃଦ୍‌ଘାତ ଏବଂ ଉଚ୍ଚ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥଇବାରୁ ସୁଶାନ୍ତକୁ ୧୭ ତାରିଖ ବଲାଙ୍ଗିର ଡାକ୍ତରଖାନାରୁ ଭିମସାରକୁ ଅଣାଯାଇଥିଲା । ଏଠାରେ ଚିକିତ୍ସା ପରେ ସୁଶାନ୍ତର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ସ୍ଥିର ରହିଛି । ହେଲେ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ ।

ସିଭିଅର୍‌ ହୃଦ୍‌ଘାତ ଏବଂ ଉଚ୍ଚ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ସୁଶାନ୍ତକୁ ୧୭ ତାରିଖ ଭିମସାର କାର୍ଡିଓଲୋଜି ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏଠାରେ ପାଞ୍ଚଦିନ ଚିକିତ୍ସା ପରେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି । ହେଲେ ସିଭିଅର୍‌ ହୃଦ୍‌ଘାତ୍‌ରେ ହୃତ୍‌ପିଣ୍ଡର ଯେଉଁ ଅଂଶ ପ୍ରଭାବିତ ହୋଇଛି ସେଠାରେ ଥିବା ମାଂସପେଶୀ ଠିକ୍‌ ଅଛି ନା ନଷ୍ଟ ହୋଇଛି ତାହା ପରୀକ୍ଷା କରିବା ପାଇଁ ଭିମ୍‌ସାର୍‌ରେ ବ୍ୟବସ୍ଥା ନାହିଁ ।

ଏହି ମାଂସପେଶୀ ଯଦି ନଷ୍ଟ ହୋଇଯାଇଥିବ ତେବେ ଆଗକୁ ଚିକିତ୍ସା ଜାରି ରହିବ ଏବଂ ଯଦି ନଷ୍ଟ ହୋଇ ନଥିବ ତେବେ ଓପନ୍‌ ସର୍ଜରୀ କରାଯିବ ବା ଷ୍ଟେଣ୍ଟ୍‌ ଲଗାଯିବ । ଏହାକୁ ଜାଣିବା ପାଇଁ ଡାକ୍ତରଙ୍କୁ ଯେଉଁ ପରୀକ୍ଷା କରିବାକୁ ପଡ଼ିଥାଏ ତାହା ଭିମସାରରେ ନାହିଁ । ଏଣୁ ସୁଶାନ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । କଟକରେ ଡାକ୍ତରୀ ଦଳ ଭିମ୍‌ସାର୍‌ ଡାକ୍ତରଙ୍କ ରିପୋର୍ଟ ଅନୁଧ୍ୟାନ କରିବା ପରେ ଆଗକୁ କ’ଣ ପଦକ୍ଷେପ ନିଆଯିବ ସେମାନେ ପରାମର୍ଶ ଦେବେ ବୋଲି ଭିମ୍‌ସାର୍‌ ଡାକ୍ତରମାନେ କହିଛନ୍ତି ।p

ଗୁରୁବାର ସନ୍ଧ୍ୟାରେ ଭିମସାରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗ୍ୟାଙ୍ଗଷ୍ଟାର ସୁଶାନ୍ତକୁ କଟକ ନିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ପଛପଟ ଗେଟ୍‌ ଦେଇ ଆମ୍ବୁଲାନ୍ସକୁ ଡାକ୍ତରଖାନାରୁ ବାହାର କରାଯାଇଥିଲା । ବୁର୍ଲାରୁ କଟକ ମଧ୍ୟରେ ଯେତିକି ଜିଲ୍ଲା ଦେଇ ଆମ୍ବୁଲାନ୍ସ ଯାତ୍ରା କରିବ ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ଆଲର୍ଟ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଜ ନିଜ ଏରିଆ ପାର୍‌ କରାଇବାକୁ ନିର୍ଦ୍ଦେଶ ରହିଛି ।

Leave a comment