ମା’ ବିରଜାଙ୍କ ଆଶୀର୍ବାଦ ନେଇ ରଣାଙ୍ଗନକୁ ଓଲ୍ହାଇବାକୁ ପ୍ରଣବ(ବବି) ଭରିଲେ ନାମାଙ୍କନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ପ୍ରଭାଵଶାଳୀ ବିଧାୟକ ତଥା ନବୀନଙ୍କ ବିଶ୍ୱସ୍ତ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ(ବବି) ଯାଜପୁର ଜିଲ୍ଲାରୁ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବବି ବିଜେଡିର କ୍ରାଇସିସ ମ୍ୟାନେଜର ଭାବେ ପରିଚିତ ।
ସୂଚନା ଅନୁଯାୟୀ, ଗତକାଲି ପ୍ରଣବ ଯାଜପୁର ସ୍ଥିତ ନିଜ ବସଭାବନରୁ ଏକ ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ପ୍ରଥମେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ ଓ ପରେ ଯାଜପୁର ଉପଜିଲ୍ଲାପାଳ ଅଫିସରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଣବ ୨୦୦୯ ଓ ୨୦୧୪ରୁ ଯାଜପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଏଥର ମଧ୍ୟ ଯାଜପୁରବାସୀଙ୍କ ଆଶୀର୍ବାଦ ପ୍ରାଣବଙ୍କ ଉପରେ ରହିବ ଓ ସେ ବିପୁଳ ବ୍ୟବଧାନରେ ବିରୋଧୀଙ୍କୁ ପରାସ୍ତ କରବେ ବୋଲି ପ୍ରାଣବଙ୍କ ସମର୍ଥକମାନେ ଆଶା ବ୍ୟକ୍ତ କରିଛନ୍ତି ।