ଛାତ ଉପରୁ ରଥଯାତ୍ରା ଦେଖିବା ମନା

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ପୁରୀରେ ରଥଯାତ୍ରା ପୂର୍ବରୁ ଲାଗୁ ହେବ ୧୪୪ ଧାରା । ଆସନ୍ତା ୧୧ରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଉପରେ ରହି କେହି ଦର୍ଶନ କରିପାରିବେ ନାହିଁ । କଡ଼ାକଡ଼ି ଭାବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି । ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ । କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଛି । ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ । ବଡଦାଣ୍ଡରେ ଥିବା ହୋଟେଲ ଓ ଲଜ ଗୁଡିକୁ ରଥଯାତ୍ରାର ଦୁଇଦିନ ପୂର୍ବରୁ ଖାଲି କରି ଦିଆଯିବ । ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ ଗୁଡିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ ବାହାରକୁ ଯାଇପାରିବେ ନାହିଁ । ସେପଟେ ପୁରୀ ଏସପି କହିଛନ୍ତି ଯେ ବଡଦାଣ୍ଡରେ ୨୦୦ରୁ ଅଧିକ ଘର ରହିଛି । ଘରଗୁଡିକର ଛାତ ଉପରୁ ରଥଯାତ୍ରା ଦେଖିବାକୁ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଏଥିପାଇଁ ପୁଲିସ୍‌ ମୁତୟନ ହେବେ ।

Leave a comment