ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଅଶ୍ଳୀଳତାକୁ ନାଁ

ଯାତ୍ରା ଓ ମେଲୋଡ଼ି ମଞ୍ଚରେ ଅଶ୍ଳୀଳତାକୁ ନାଁ। ମଞ୍ଚ ଉପରେ ଆଉ ପରିବେଷଣ ହେବନି ଅଶ୍ଳୀଳ ନୃତ୍ୟ । ଏପରିକି ଯାତ୍ରା, ମେଲୋଡିରେ ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ରାଜ୍ୟ ସରକାରକଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି ।
ସୂଚନା ଅନୁଯାୟୀ, ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ବେଶ୍ ଲୋକପ୍ରିୟ ମାଧ୍ୟମ । ହେଲେ ଅନେକ ସମୟରେ ଏଠାରେ ଅଶ୍ଳୀଳ ନାଚ ଓ ଗୀତ ପ୍ରଦର୍ଶନ ହେଉଥିବା ଅଭିଯୋଗ ଆସିଥାଏ । ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂପଳା ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି । ଯୁବକ ଯୁବତୀମାନେ ବିପଥଗାମୀ ହେଉଛନ୍ତି । ତା ସହିତ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି ।
ଏସବୁ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ଯାତ୍ରାରେ ଆଉ ଅଶ୍ଳୀଳ ନୃତ୍ୟ ପରିବେଶଷଣ ହେବନି। ଖାସ୍ କରି ଦ୍ୱିଅର୍ଥବୋଧକ ସଂଳାପ ଓ ନୃତ୍ୟ ପ୍ରଦର୍ଶନ ଉପରେ କଟକଣା ଜାରି କରାଯାଇଛି । ଏନେଇ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକମାନଙ୍କୁ ଚିଠି ଲେଖି ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।