ଜୁଲାଇରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ: ମୁଖ୍ୟମନ୍ତ୍ରୀ

0

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର। ଜୟ ଜଗନ୍ନାଥ କହି ଆରମ୍ଭ କଲେ ବକ୍ତବ୍ୟ। ଖରାରେ ଆସିଥିବାରୁ ସମସ୍ତଙ୍କୁ ଦେଲେ ଧନ୍ୟବାଦ। ଏହା ସହ ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଲେ ନବୀନ। ଜନସଭାରେ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ।

BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ ଆଉ ବିଜୁଳି ବିଲ୍ ଆସିବ ନାହିଁ । ବିଜେଡି ସରକାର ମାଗଣା ବିଜୁଳି ଦେବେ । ଆପଣମାନେ ଖୁସି ତ.. ବୋଲି ନବୀନ ପଚାରିଥିଲେ। ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ଅପିଲ କରିଥିଲେ ନବୀନ।

Leave a comment