କମିଶନର ବୋଥ୍ରାଙ୍କ ତାଗିତ ପରେ ମଧ୍ୟ ଆସିଷ୍ଟାଣ୍ଟ ଏମଭିଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୯ ଅକ୍ଟୋବର ୨୦୨୧ରେ ଗଞ୍ଜାମ ଆସିଷ୍ଟାଣ୍ଟ ଏମଭିଆଇ ପି. କେ. ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଭିନ୍ନ ମହଲରୁ ଚାପ ପଡ଼ିବା ସତ୍ତ୍ୱେ ଅଦ୍ୟାବିଧି ତାଙ୍କ ବିରୋଧରେ ବିଭାଗୀୟ ସଚିବ ମଧୁସୂଦନ ପାଢ଼ୀ କିଛି ଆକ୍ସନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ତାଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମୁଖ୍ୟ ଇଚ୍ଛା କରୁନାହାନ୍ତି ତାହା ମଧ୍ୟ ଅଲୋଚନାର ବିଷୟବସ୍ତୁ । ଗଞ୍ଜାମ ଆସିଷ୍ଟାଣ୍ଟ ଏମଭିଆଇ ପି. କେ. ବେହେରା ଏତେ ଭୁଲ ଏବେ ସାମ୍ନାକୁ ଆସିଲାଣି ତା’ର ଏକ ଲମ୍ବା ଚିଠା ହୋଇସାରିଲାଣି । ଏସବୁ କଥା ମଧ୍ଯ ବିଭାଗୀୟ ମୁଖ୍ୟ ମଧୁସୂଦନ ପାଢ଼ୀ ଏବଂ କମିଶନର ଅରୁଣ ବୋଥ୍ରା ମଧ୍ୟ ଜାଣିଛନ୍ତି । ଜାଣିଶୁଣି ମଧ୍ୟ ଦୁଇ ଦକ୍ଷ ଅଫିସର ଏବେ ନିରବ । ପି. କେ. ବେହେରାଙ୍କ କ୍ଷେତ୍ରରେ ସେ କାହିଁକି ନିରବ ତା’ର ରହସ୍ୟ ଜାଣିବାକୁ ବିଭାଗର ଅଧିକାରୀମାନେ ବ୍ୟସ୍ତ । ରାତ୍ରିରେ ବେନିୟମ ଭାବେ ଟଙ୍କା ଆଦାୟ କରିବା ଅଭିଯୋଗ ଆସିବାରୁ ଛତ୍ରପୁର ଆର୍ଟିଓଙ୍କୁ ରାତିରେ ଅଫିସ ଗାଡି ନ କାଢ଼ିବା ଲାଗି କମିଶନର ୨୭/୮/୨୦୨୧ ରେ ଜଣାଇଥିଲେ । ତଥାପି ସେହି କାମ ଚାଲିଛି ହେଲେ କମିଶନର, ସଚିବ ଚୁପ । ରାତି ୧୦ଟାରେ ଆସିଷ୍ଟାଣ୍ଟ ଏମଭି୧ ପି. କେ. ବେହେରା ସିକ୍ୟୁରିଟି ଗାର୍ଡଙ୍କୁ ହାତ ଗୁଂଜା ଦେଇ ଆର୍ଟିଓ ରୁ ଗାଡ଼ି କାଢି ୧୦ଟା ରୁ ରାତି ୪ଟା ପର୍ଯ୍ୟନ୍ତ ବେନିୟମ ଅର୍ଥ ଗାଡ଼ିଵାଲା ଠାରୁ ଆଦାୟ କରିବାରେ ବ୍ୟସ୍ତ । କମିଶନର ଚିଠିକୁ ବାଏଁ ବାଏଁ ଉଡାଇଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଉ ଏକ ଆଶ୍ଚର୍ଯ୍ୟର ବିଷୟ, ଗତ ନଭେମ୍ବର ୨୭ ତାରିଖରେ ପରିବହନ ସଚିବଙ୍କ ଦସ୍ତଖତରେ ଚିଠି ନମ୍ବର 9388 ଜରିଆରେ ଏକ ୩୨ଜଣ ଆସିଷ୍ଟାଣ୍ଟ ଏମଭିଆଇ ଙ୍କ ଅଫଗ୍ରେଡସନ ଚିଠି ବାହାରିଥିଲା । ସେଥିରେ ପି. କେ. ବେହେରାଙ୍କୁ ଡେପୁଟେସନରେ ଗଞ୍ଜାମ ବଦଳି କରାଯାଇଥିଲା । ଅର୍ଥାତ ସେ ନବରଙ୍ଗପୁର ଆର୍ଟିଓରୁ ଦରମା ନେଇ ଛତ୍ରପୁରରେ କାମ କରୁଛନ୍ତି । ବର୍ଷେ ହେଲା ସେ ଡେପୁଟେସନରେ ଅଛନ୍ତି । ଦୁର୍ଭାଗ୍ୟ ୨୦୧୫ରୁ ଅଦ୍ୟାବଧି(୭ବର୍ଷ) ଛତ୍ରପୁରରେ ଚାକିରୀ କରିଛନ୍ତି । ହେଲେ ନିୟମ ଅଛି ଜଣେ ଅଫିସରଙ୍କୁ ୩ବର୍ଷ ରୁ ଅଧିକ ଗୋଟିଏ ସ୍ଥାନରେ ଦାୟିତ୍ୱରେ ରଖାଯିବା କଥା ନୁହେଁ । ନଭେମ୍ବର୨୭, ୨୦୨୦ରେ ବାହାରିଥିବା ଚିଠିରେ କିନ୍ତୁ ଯେତେଜଣଙ୍କ ଡେପୁଟେସନ ହୋଇଥିଲା ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ମିଳିସାରିଛି । ହେଲେ ପି.କେ. ବେହେରା ସେଠାରୁ ଯିବାକୁ ନାଁ ଧରୁନାହାଁନ୍ତି କି ଉଚ୍ଚପଦସ୍ଥ ଅଧିକାରୀ ତାଙ୍କୁ ସେଠାରୁ କାଢୁ ନାହାଁନ୍ତି । ବାବୁ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି । କେଉଁ ଅଧିକାରୀ ତାଙ୍କଠାରୁ କେଉଁ ଲାଭ ପାଉଛନ୍ତି ତାହା ଆଲୋଚନା ହେବା ସ୍ବାଭାବିକ । ୨୦୧୫ରେ ପି.କେ ବେହେରା ଗିରିସୋଲା ଗେଟରେ ଜୁନିଅର ଏମଭିଆଇ ଥିଲେ । ୨୦୧୭ ରେ ରାଜ୍ୟ ସରକାର ସମସ୍ତ ସୀମାନ୍ତ ଗେଟ ଜି.ଏସ.ଟି ପରିସର ଭୁକ୍ତ କରିବା ପରେ ସେସବୁ ଉଚ୍ଛେଦ ହେଲା । ଏହାପରେ ୨୦୨୦ରେ ପି.କେ ବେହେରାଙ୍କ ନବରଙ୍ଗପୁର ବଦଳି ହୋଇଥିଲା । ହେଲେ ଏହାର କିଛିଦିନ ପରେ ପୁଣି ପି.କେ ବେହେରା ଡେପୁଟେସନରେ ଗଞ୍ଜାମ ଆସିଲେ । ସବୁଠୁ ବଡ଼କଥା ତାମିଲନାଡୁର ଏକ ଟ୍ରକ ଠାରୁ ରାତିରେ ୩୫୦୦୦ ଟଙ୍କା ଅର୍ଥ ବେନିୟମ ଭାବେ ଆଦାୟ କରିବା ଯୋଗୁ ଗତ ୧୯/୭/୨୦୨୧ରେ ବୋଥ୍ରା ପି.କେ ବେହେରାଙ୍କୁ ଗାଳି କରିଥିଲେ । ହେଲେ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ ।

Leave a comment