ଲଣ୍ଡନରୁ ଗିରଫ ହେଲେ ନିରବ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଲଣ୍ଡନ ପୋଲିସ ଗିରଫ କରିଛି । ପିଏନ୍‌ବି ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ନିରବଙ୍କୁ ପଳାତକ ଘୋଷଣା କରଯାଇଥିଲା । ସେ ଭାରତରୁ ଲୁଚି ପଳାଇଥିବା ବେଳେ ଦୀର୍ଘ ୧୩ ମାସ ପରେ ତାଙ୍କୁ ବୁଧବାର ଲଣ୍ଡନରୁ ଗିରଫ କରାଯାଇଛି । ଅପରାହ୍ନରେ ତାଙ୍କୁ ଓ୍ବେଷ୍ଟମିନ୍ସଷ୍ଟର କୋର୍ଟରେ ହାଜର କରାଯାଇଛି । କୋର୍ଟରେ ହାଜର ପରେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ନେଇ ଶୁଣାଣିି କରାଯିବ ବୋଲି ଜଣାପଡ଼ିଛି ।

ସୂଚନାଥାଉ କି, ସୋମବାର ବ୍ରିଟେନ ଓ୍ବେଷ୍ଟମିନ୍ସଷ୍ଟର କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧରେ ନିରବଙ୍କୁ ଗିରଫ ପାଇଁ ଓ୍ବାରେଣ୍ଟ ଜାରି କରିଥିଲେ । ଗତ କିଛି ଦିନ ପୂର୍ବରୁ ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ବେଶ ବଦଳାଇ ବୁଲୁଥିବା ଦେଖିବାକୁ ମିଳିଥିଲା।

Leave a comment