ଆଶା ଆଶଙ୍କାରେ ନୀଳଗିରି ରଥଯାତ୍ରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗତବର୍ଷ ରଥ ନିର୍ମାଣ ହୋଇ କୋଭିଡ କଟକଣା ପାଇଁ ରଥଟଣା ହୋଇପାରିନଥିଲା। ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ହୋଇନଥିବା ବେଳେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହାପରେ ବିଧାୟକ ରଥଯାତ୍ରା ପ୍ରସ୍ତୁତି କୁ ନେଇ ଚିଠି ଲେଖିଥିଲେ। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଗତବର୍ଷ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସରକାର ସ୍ପଷ୍ଟ କରିନାହାଁନ୍ତି ।
ପୁଣି ଲକ୍ଷାଧିକ ଟଙ୍କା ବ୍ୟୟ ହେବାର ଆଶଙ୍କା ଥିବାରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ,୫ଟି ସଚିବ, ଆଇନ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ,ଜିଲ୍ଲାପାଳଙ୍କୁ ବିନା ଅନୁମତିରେ କେମିତି ରଥ ନିର୍ମାଣ ହେଉଛି ପତ୍ର ଲେଖିଥିଲେ। ସରକାରୀ ଅର୍ଥ ବଞ୍ଚାଇବା ସହ ସଠିକ ପରାମର୍ଶ ଦେବାକୁ ମଧ୍ୟ କହିଥିଲେ।