ଅର୍ଚ୍ଚନା ନାଗଙ୍କ ମାମଲାରେ ନୂଆ ମୋଡ; ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ଇଡି
ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) । ଇଡିର ତଦନ୍ତକାରୀ ଟିମ୍ ଟାର୍ଗେଟରେ ଶ୍ରଦ୍ଧାଞ୍ଜଳି ବେହେରା । ଇଡିର କହିବା ଅନୁସାରେ ଶ୍ରଦ୍ଧାଞ୍ଜଳି ହିଁ କହିପାରିବେ ଅର୍ଚ୍ଚନା ନାଗ ଫାଶର ଅସଲ କଥା । ତେବେ ଇଡି ପାଇଁ ଏବେ ଜରୁରୀ ହୋଇପଡ଼ିଛି ଶ୍ରଦ୍ଧାଞ୍ଜଳିଙ୍କ ପାଖରେ ପହଂଚିବା ।
କିନ୍ତୁ ଏଯାବତ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ଖୋଜିକି ବି ପାଇନାହିଁ । ଶ୍ରଦ୍ଧାଞ୍ଜଳିଙ୍କ ବୟାନ ଇଡି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଶ୍ରଦ୍ଧାଞ୍ଜଳି ଏବେ ଇଡି ନଜରରେ ଫେରାର । ନୟାପଲ୍ଲୀ ଥାନାରେ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଏବଂ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ଅଭିଯୋଗକୁ ଆଧାର କରି ଇଡି ତଦନ୍ତ ଆରମ୍ଭ କରିଥିଲା । ଏହି ପୂରା ଘଟଣାରେ ଇଡି ପାଇଁ ୪ଜଣ ଅଭିଯୁକ୍ତ ହୋଇଛନ୍ତି । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଏହି ତିନି ଜଣ ଜେଲରେ ଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କ ପତା ବର୍ତମାନ ସୁଦ୍ଧା ମିଳିପାରିନାହିଁ ।