ଲାଗୁ ହେଲା ନୂତନ ଟ୍ରାଫିକ ନିୟମ, ବିନା ହେଲମେଟରେ ରାଲି କଲେ ଗଣିବେ ଜୋରିମାନା

0

ଓଡିଶା ଫାଷ୍ଟ( ବ୍ୟୁରୋ) : ଆଜି ୧୨ ଦଫା ଦାବୀରେ ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ବେଳେ ରାଜଧାନୀରେ ବିଭିନ୍ନ ଦଳର କର୍ମୀଙ୍କମାନେ ବିନା ହେଲମେଟରେ ବାଇକ ରାଲି ହୋଇଥିଲା । ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏମିତିକି  ଗୋଟିଏ ବାଇକରେ ୩ଜଣ ବସି ରାଲି କରିଥିଲେ। ତେବେ ଏହି ଘଟଣାକୁ ବରଦାସ୍ତ କରାଯିବନି ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ନାମରେ ଚାଲାଣ କଟାଯିବା ।  ସିସିଟିଭି ଫୁଟେଜ ଆଧାରରେ ଜରିମାନା କଟିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ଅନୁଗୂପ କାର୍ଯ୍ୟ ପାଇଁ ପ୍ରଶ୍ନ ଉଠିବା ପରେ ଜରିମାନା ହୋଇଥିଲା ।

ପ୍ରକାଶ ଥାଉକି , ଗତ ୨୬ ତାରିଖ ଦିନ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ଅନେକ ନେତା ଓ କର୍ମୀ ବାଇକରେ ବିନା ହେଲମେଟରେ ରାଲି କରିଥିଲେ । ପୋଲିସ ମଧ୍ୟ ତା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେବେ ଏହା ଉପରେ ପ୍ରଶ୍ନ ଉଠିବା ପରେ ବିଜୁ ଜନତା ଦଳର କର୍ମୀମାନେ ୨୫ ହଜାର ଟଙ୍କା ତଣ୍ଡ ଗଣିଥିଲେ ।

Leave a comment