ଯୁବଶକ୍ତିଙ୍କ ପାଇଁ ନୂଆ ସୁଯୋଗ: ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି

0

ଆଜି ୩ ବିଭାଗରେ ୧୮୧ ଜଣଙ୍କୁ ମିଳିଛି ନୂଆ ନିଯୁକ୍ତି । ଏହି ନିଯୁକ୍ତି ପର୍ବ କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ସହ ନବନିଯୁକ୍ତଙ୍କୁ ସ୍ୱାଗତ କରିଥିଲେ ।

ଆଜିର ଏହି ନିଯୁକ୍ତି ପର୍ବରେ ୧୦୪ ଶିକ୍ଷକ ପ୍ରଶିକ୍ଷକ, ୬୨ ସରକାରୀ ନିର୍ଦ୍ଦେଶକ ( ବିଧି )ଙ୍କୁ ନିଯୁକ୍ତି ଦିଆଯାଇଛି । ଏଥିସହ ୧୫ ସହକାରୀ ପରିସଂଖ୍ୟନ ନିର୍ଦ୍ଦେଶକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ଥିଲେ ।

Leave a comment