ଷ୍ଟାର ଘର କଳିରେ ନୂଆ ମୋଡ; ଆପୋସ ସମାଧାନ ପାଇଁ ଚାଲିଛି ଉଦ୍ୟମ

ଷ୍ଟାର ଘର କଳିରେ ଆସିଛି ନୂଆ ମୋଡ । ତେବେ ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ପାରିବାରିକ ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ ଚାଲିଥିବା ନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଘଟଣାକୁ ନେଇ ବାବୁସାନ ମଧ୍ୟ ଅନୁତାପ କରୁଥିବା ଧରଣୀଧର କହିଛନ୍ତି ।
ବାବୁସାନ ଅନୁତାପ କରୁଛନ୍ତି, ଘଟଣାର ପୁନରାବୃତ୍ତି ହେବନି କହିଛନ୍ତି । ଏଭଳି ଆଉ ହେବନି ବୋଲି ପରିବାରକୁ ଆଶ୍ୱାସନା ଦେଇଛନ୍ତି ।
ଗତକାଲି ବାବୁସାନ ଭୁବନେଶ୍ୱର ଫେରିଥିଲେ । ପରିବାର ଲୋକଙ୍କ ସହ ଭେଟ ହୋଇଥିଲେ । ବରମୁଣ୍ଡା ଜଗନ୍ନାଥବିହାର ସ୍ଥିତ ଘରେ ଭାବବିହ୍ୱଳ ପରିବେଶ ଗତକାଲି ସୃଷ୍ଟି ହୋଇଥିଲା ।