ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆନନ୍ଦପୁର ବ୍ଲକ କନ୍ତଳା ଗାଁରେ ଭଣଜାର ଟାଙ୍ଗିଆ ଚୋଟରେ ମାଇଁର ମୃତ୍ୟୁ ହୋଇଛି । ଖବରପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ଆନନ୍ଦପୁର ବ୍ଲକ କନ୍ତଳା ଗାଁରେ ଗୁଣି ଗାରେଡିକୁ ସନ୍ଦେହ କରି ଭଣଜା ଅଙ୍କୁରା ବୀରୁଆ ନିଜ ମାଇଁ ଜିଙ୍ଗି ପୂର୍ତ୍ତିକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ଗତକାଲି ରାତି ପ୍ରାୟ ୮.୩୦ ରୁ ୯ଟା ମଧ୍ୟରେ ଜିଙ୍ଗି ଗାଁ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଏକ ନିଛାଟିଆ ରାସ୍ତାରେ ଅଭିଯୁକ୍ତ ଅଙ୍କୁରା ଟାଙ୍ଗିଆରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜିଙ୍ଗିର ମୃତ୍ୟୁ ହୋଇଥିଲା ।

Leave a comment