‘ମୋତେ ଅଣଦେଖା କରାଯାଉଛି’, କ୍ଷୋଭ ପ୍ରକାଶ କଲେ ଶଙ୍କରାଚାର୍ଯ୍ୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ତେବେ ଏସବୁ ଭିତରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ତାଙ୍କ ଠାରୁ କୌଣସି ମତାମତ ନିଆଯାଇନାହିଁ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜଗତଗୁରୁଙ୍କୁ ଅଣଦେଖା କରାଯାଉଛି । ଶ୍ରୀମନ୍ଦିର ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କଲେ ସେ ଏହା ଉପରେ ମତ ରଖିବେ ବୋଲି କହିଛନ୍ତି। କୋଭିଡ୍ କଟକଣା ପାଇଁ ଦୀର୍ଘ ଦିନ ଧରି ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି। ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି। ମନ୍ଦିରରେ କେବଳ ନୀତିକାନ୍ତି ଜାରି ରହିଛି । ସେହିପରି ଚଳିତ ବର୍ଷ କୋଭିଡ଼ କଟକଣା ଓ ବିନା ଭକ୍ତରେ ଘୋଷଯାତ୍ରା ଶେଷ ହୋଇଛି ।