ନବରାତ୍ର ବ୍ରତ ବେଳେ ଡାଇବେଟିସ୍‌ ରୋଗୀ ଏସବୁ ସାବଧାନତା ଅବଲମ୍ବନ କରନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନବରାତ୍ର ବେଳେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବ୍ରତ ରଖିଥାନ୍ତି। ଏହାର ଧାର୍ମିକ ମହତ୍ତ୍ୱ ରହିଛି। କିନ୍ତୁ ଡାକ୍ତରଙ୍କ ମତରେ ଉପାସ ରହିଲେ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାରିଯାଏ। ତେବେ ଉପାସ ରହିବା ବେଳେ ଡାଇବେଟିସ୍‌ ରୋଗୀଙ୍କୁ ନିଜର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ। ଖାଦ୍ୟପେୟରେ ସାମାନ୍ୟ ଅନିୟମିତତା ଆପଣଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ। ତେବେ ଆସନ୍ତୁ ଜାଣିବା ନବରାତ୍ରି ବେଳେ ଡାଇବେଟିସ୍‌ ରୋଗୀ କେଉଁ କେଉଁ ବିଷୟ ପ୍ରତି ଯତ୍ନବାନ୍‌ ହେବା ଉଚିତ…
ଡାଇବେଟିସ୍‌ ରୋଗୀ ବ୍ରତ ରଖନ୍ତୁ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ରୁହନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ବ୍ଲଡ ସୁଗାର ବଢ଼ିପାରେ। ଏଣୁ ଅଳ୍ପ ସମୟ ବ୍ୟବଧାନରେ କିଛି କିଛି ଖାଆନ୍ତୁ।
ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଗ୍ଲାସୋମିକ୍‌ ଇଣ୍ଡେକ୍ସ କମ୍‌ ଥିବା ଖାଦ୍ୟ ଖାଆନ୍ତୁ। ଆପଣ ସେଓ, ସପୁରୀ, ଚେରୀ, ଷ୍ଟ୍ରବେରୀ ଆଦି ଖାଇ ପାରିବେ।
ବେଳେବେଳେ ବ୍ରତ ଖୋଲିବା ପରେ ଅଧିକ ଭୋକ ଲାଗିଥାଏ। ଫଳରେ ଆମେ ଅଧିକ ମାତ୍ରାରେ ଖାଇ ଦେଉ। ଏହା ଦ୍ୱାରା ଡାଇବେଟିସ୍‌ ରୋଗୀଙ୍କ ସୁଗରଲେବଲ ବଢ଼ିପାରେ। ଏଣୁ ସାଗୁଦାନା, ଟିକ୍କି, ଆଳୁ ଆଦି ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ସେବନ କରନ୍ତୁ। ମିଠା ଖାଇବାରୁ ସମ୍ପୂର୍ଣ୍ଣ ବିରତ ରୁହନ୍ତୁ।
ବ୍ରତ ବେଳେ ଚା, କଫି ବଦଳରେ ଛାଞ୍ଚ, ଲେମ୍ବୁ ପାଣିର ସେବନ କରନ୍ତୁ।
୯ ଦିନ ବ୍ରତ ବେଳେ ନିଜ ବ୍ଲଡ ସୁଗାର ଲେବଲ ନିଶ୍ଚୟ ଚେକ୍‌ କରନ୍ତୁ। ଯଦି ଆପଣଙ୍କୁ ଲାଗୁଛି ଯେ ସୁଗାର ଲେବଲ କଣ୍ଟ୍ରୋଲରୁ ବାହାରକୁ ଯାଉଛି ତେବେ ତୁରନ୍ତ ଡାଏଟ୍‌ ବଦଳାନ୍ତୁ। ଅଥବା ବ୍ରତ ରଖନ୍ତୁ ନାହିଁ।

Leave a comment