ବିଜେଡିରୁ ନବୀନ ବିଦା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ନିନ୍ଦନୀୟ ଆଚରଣ ଜନୀତ ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ବିଜେଡି କାର୍ଯ୍ୟାଳୟ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ନବୀନ କୋଲକାତାରେ ଶନିବାର ରାତିରେ ଗିରଫ ହେବା ପରେ ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କୁ ଜାମିନ ମିଳିଛି।
କୋଲକାତାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ, କୋଲକାତାର ପାର୍କ ଷ୍ଟ୍ରିଟରେ ଏକ ସେକ୍ସ ରାକେଟ ଠାବ ହୋଇଥିଲା। ସେଠାରେ ଚଢାଉ ବେଳେ ପୋଲିସ ୯ଜଣ ଯୁୁବତୀଙ୍କ ସହ ୧୮ ଜଣଙ୍କୁ ଗିରଫ କରିଥିଲେ। ଏମାନଙ୍କ ମଧ୍ୟରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଥିଲେ।

Leave a comment