ଜେଏନୟୁ ହିଂସା ; ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ – ମୁଖ୍ୟମନ୍ତ୍ରୀ

0

ଓଡିଶା ଫାଷ୍ଟ( ବ୍ୟୁେରା) : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ  ହିଂସା ଘଟଣାକୁ ସୋମବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଆକ୍ରମଣକାରୀଙ୍କୁ ଗିରଫ କରି ଆଇନ ଅନୁସାରେ ଦଣ୍ଡିତ କରାଯାଉ ବୋଲି ସେ କହିଛନ୍ତି। ଏହାସହ ସେ ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି।
ସୂଚନା ଯୋଗ୍ୟ, ଜେଏନୟୁରେ ପରିସରରେ ରବିବାର ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଥିଲା।

ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଓ ଏବିଭିପି ମଧ୍ୟରେ ଏହି ସଂଘର୍ଷ ହୋଇଥିଲା। ସୂଚନା ଅନୁସାରେ,  ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବାବେଳେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଏଥିରେ ଜେଏନୟୁ ଛାତ୍ର ସଂଘ ସଭାପତି ଐସେ ଘୋଷ ଓ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଛାତ୍ର ସଂଘ ଦାବି କରିଛି ଯେ ଏବିଭିପି ପିଲାଙ୍କ ଟେକା ପଥର ମାଡରେ ସେମାନଙ୍କ ସଦସ୍ୟମାନେ ଆହତ ହୋଇଛନ୍ତି। ଐସେ କହିଛନ୍ତି ଯେ ମୁଖା ପରିଧାନ କରିଥିବାବେଳେ କେତେକ ଯୁବକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଅନ୍ୟପଟେ ଏବିଭିପି ଅଭିଯୋଗ କରିଛି ଯେ ସେମାନଙ୍କ ସଦସ୍ୟଙ୍କୁ ବାମଦଳ ଅନୁବନ୍ଧିତ ଛାତ୍ର ସଂଗଠନର ସଦସ୍ୟମାନେ ମାଡ ମାରିଛନ୍ତି। ଏଥିରେ 25 ଜଣ ଆହତ ହୋଇଛନ୍ତି। ଆହତ 20 ଛାତ୍ରଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବାବେଳେ ୩ଜଣଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a comment