ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଓ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ହେବା ନେଇ ମଙ୍ଗଳବାର ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ ଏହି ପ୍ରସ୍ତାବ ଆଣିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳା ସଶକ୍ତୀକରଣ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ । ସେମାନଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି । ବିଜୁବାବୁ ୧୯୯୨ରେ ମହିଳାଙ୍କ ପାଇଁ ପଞ୍ଚାୟତ ଏବଂ ପୌରସଂସ୍ଥା ନିର୍ବାଚନରେ ୩୩% ସ୍ଥାନ ସଂରକ୍ଷଣ କରି ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରାଇଥିଲେ । ରାଜ୍ୟ ସରକାର ଏହି ସଂରକ୍ଷଣକୁ ପରବର୍ତ୍ତୀ ସମୟରେ ୫୦%କୁ ବୃଦ୍ଧି କରିଛନ୍ତି । ତେଣୁ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ବାଚସ୍ପତି ପ୍ରଦୀପ ଅମାତ ଏ ସମ୍ପର୍କରେ ଗୃହର ମତ ଲୋଡ଼ିବା ପରେ ସମସ୍ତ ସଦସ୍ୟ ସମ୍ମତି ଜଣାଇଥିଲେ ।

Leave a comment