ଦୁଇବର୍ଷ ହେଲା ଭଉଣୀ ଗୀତାଙ୍କ ଋଣ ଶୁଝି ପାରିନାହାନ୍ତି ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଙ୍କ ୨୦୧୭-୨୦୧୮ ର ସମ୍ପତ୍ତି ତାଲିକା । ଏହି ତାଲିକା ଅନୁଯାୟୀ ୨୦୧୬-୨୦୧୭ ଓ ୨୦୧୭-୨୦୧୮ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ପତ୍ତି ମୂଲ୍ୟରେ ୨.୮୧ ଲକ୍ଷ ଟଙ୍କାର ଅଭିବୃଦ୍ଧି ଘଟିଛି । ସି. ଏମ. ଓ ୱେବ ସାଇଟ ଅପ-ଟୁ-ଡେଟ ରେ ପ୍ରକାଶ ପାଇଥିବା ତାଲିକା ଅନୁଯାୟୀ ୩୧.୦୩.୨୦୧୭ ଓ ୩୧.୦୩.୨୦୧୮ ମଧ୍ୟରେ ସ୍ଥାବର ସମ୍ପତ୍ତି ମୂଲ୍ୟରେ କୌଣସି ବୃଦ୍ଧି ଘଟିନଥିବା ବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟରେ ୨,୮୧,୦୩୭ ଟଙ୍କା ର ବୃଦ୍ଧି ଘଟିଛି । ଏହି ତାଲିକା ଅନୁଯାୟୀ ଦୁଇବର୍ଷ ତଳେ ଭଉଣୀ ଗୀତା ମେହେଟାଙ୍କ ଠାରୁ ଧାର ଆଣିଥିବା ୧୫ଲକ୍ଷ ଟଙ୍କା ନବୀନ ଏପର୍ଯ୍ୟନ୍ତ ଶୁଝି ପାରିନାହାନ୍ତି ।
ଏହି ୱେବ ସାଇଟ ଅନୁଯାୟୀ ୨୦୧୭-୨୦୧୮ ର ନବୀନଙ୍କ ସମ୍ପତ୍ତି ତାଲିକା :
୧) ବ୍ୟାଙ୍କ ଅଫ ଇଣ୍ଡିଆ, ଜନପଥ, ନୂଆଦିଲ୍ଲୀ, ଏସ/ବି ଏ/ସି – ୯,୯୬,୨୫୧
୨) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପାର୍ଲ୍ୟାମେଣ୍ଟ ହାଉସ , ନୂଆଦିଲ୍ଲୀ, ଏସ/ବି ଏ/ସି – ୧,୭୮୭
୩) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର, ଏସ/ବି ଏ/ସି – ୧୭,୩୪,୨୦୭
୪) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ହିଂଜୁଳିକାଟୁ, କଲେଜ କ୍ୟାମ୍ପସ ବ୍ରାଞ୍ଚ, ଏସ/ବି ଏ/ସି – ୬,୨୯୭
୫) ଜ୍ବଲେରି – ଆନୁମାନିକ ୨,୨୧,୨୦୦
୬) ଅମ୍ବାସଡର କାର (୧୯୮୦ ମଡେଲ)- ଆନୁମାନିକ ୮,୯୦୫
୭) ନବୀନ ନିବାସ ର ଦୁଇ ତୃତୀୟାଂଶ – ଆନୁମାନିକ ୫,୭୦,୦୦,୦୦୦
୮) ନୂଆଦିଲ୍ଲୀ ସ୍ଥିତ ଏ ପି ଜେ ଅବଦୁଲ କଲାମ ରୋଡ ନିକଟରେ ଘିବା ସମ୍ପତ୍ତି ରେ ୫୦ ପ୍ରତିଶତ ରହିଛି – ଆନୁମାନିକ ୩୬,୦୦,୦୦,୦୦୦
୯) ହରିୟାଣା ଫରିଦାବଦ ର ଫାର୍ମ – ଆନୁମାନିକ ୭,୨୫,୩୪,୦୦୦
୧୦) ଗୀତ ମେହେଟା ଠାରୁ ଋଣ – ୧୫,୦୦,୦୦୦
ଯାହାକି ପୂର୍ବରୁ ୩୧.୦୩.୨୦୧୭ ଅନୁଯାୟୀ :
୧) ବ୍ୟାଙ୍କ ଅଫ ଇଣ୍ଡିଆ, ଜନପଥ, ନୂଆଦିଲ୍ଲୀ, ଏସ/ବି ଏ/ସି – ୧୨,୧୭,୧୫୩
୨) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପାର୍ଲ୍ୟାମେଣ୍ଟ ହାଉସ , ନୂଆଦିଲ୍ଲୀ, ଏସ/ବି ଏ/ସି – ୧,୬୨୬.୨୨
୩) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର, ଏସ/ବି ଏ/ସି – ୧୨,୪୬,୭୯୨.୦୭
୪) ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ହିଂଜୁଳିକାଟୁ, କଲେଜ କ୍ୟାମ୍ପସ ବ୍ରାଞ୍ଚ, ଏସ/ବି ଏ/ସି – ୬,୦୭୧
୫) ଜ୍ବଲେରି – ଆନୁମାନିକ ୨,୦୫,୫୧୮.୦୦
୬) ଅମ୍ବାସଡର କାର (୧୯୮୦ ମଡେଲ)- ଆନୁମାନିକ ୧୦,୪୭୭.୦୦
୭) ନବୀନ ନିବାସ ର ଦୁଇ ତୃତୀୟାଂଶ – ଆନୁମାନିକ ୫,୭୦,୦୦,୦୦୦
୮) ନୂଆଦିଲ୍ଲୀ ସ୍ଥିତ ଏ ପି ଜେ ଅବଦୁଲ କଲାମ ରୋଡ ନିକଟରେ ଘିବା ସମ୍ପତ୍ତି ରେ ୫୦ ପ୍ରତିଶତ ରହିଛି – ଆନୁମାନିକ ୩୬,୦୦,୦୦,୦୦୦
୯) ହରିୟାଣା ଫରିଦାବଦ ର ଫାର୍ମ – ଆନୁମାନିକ ୭,୨୫,୩୪,୦୦୦
୧୦) ଗୀତ ମେହେଟା ଠାରୁ ଋଣ – ୧୫,୦୦,୦୦୦