ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାନ କଲେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ ରାଜ୍ୟର କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ସୂଚନା ଅନୁଯାୟୀ, ରାଜ୍ୟର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆଜି ସନ୍ଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଆଜି ସାରା ବିଶ୍ୱରେ ଥିବା ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଓଡିଶାର କୋଣ ଅନକୋଣରେ ଥିବା ଓଡ଼ିଆ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମ୍ମାନ ଜଣାଇଥିବ ପ୍ରତିପାଦିତ ହୋଇଛି।

ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବିଜେଡି କାର୍ଯ୍ୟାଳୟରେ ସାମାଜିକ ଦୂରତା ରଖି ବନ୍ଦେ ଉତ୍କଳ ଜନନୀ ଗାଇଥିଲେ । ଏହି ସମୟରେ ସବୁ ଟ୍ରାଫିକ ବନ୍ଦ ରଖିବା ପାଇଁ ବି ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି ଗତ କାଲିଠୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଗତକାଲି କମିଶନରେଟ୍ ପୁଲିସ୍‌ ମୁଖ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତର ଅଭ୍ୟାସ କରାଯାଇଥିଲା । କମିଶନରେଟ ପୁଲିସ ବ୍ୟାଣ୍ଡ ପକ୍ଷରୁ ଏହି ଗୀତ ଅଭ୍ୟାସ କରାଯାଇଥିଲା । ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ଏଥିନିମନ୍ତେ ପ୍ରସ୍ତୁତି କରାଯାଇଥିଲା । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଳ କାର୍ଯ୍ୟାଳୟ, ରେଳ କଲୋନୀ ଯେଉଁଠି ସମବେଦ ଗାୟନ କରାଯାଇପାରିବ, ସେଠାରେ ଗାନ କରିବାକୁ ପୂର୍ବତଟ ରେଲେଓ୍ୱ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave a comment