ନବୀନ ରୋମ୍‌ରେ ପ୍ରବାସୀ ଓଡିଆଙ୍କୁ ଭେଟିଲେ

0

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମର ହାର୍ସେଲର ହୋଟେଲରେ ପ୍ରବାସୀ ଓଡ଼ିଆଙ୍କ ସହ ସାକ୍ଷାତ କରିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ନବୀନ। ରାଜ୍ୟ ପ୍ରଗତିରେ କିପରି ପ୍ରବାସୀ ଓଡିଆମାନେ ଭାଗୀଦାର ହୋଇପାରିବେ ସେ ନେଇ ଦିଗଦର୍ଶନ ଦେଇଛନ୍ତି ନବୀନ। ଏଥିସହ ପ୍ରଭୁଙ୍କ ସଂସ୍କୃତିକୁ ବ୍ରିଟେନ ଓ ୟୁରୋପୀୟ ଦେଶରେ ପ୍ରଚାର ଏବଂ ପ୍ରସାର ଲାଗି ପ୍ରୟାସ ଆରମ୍ଭ ହୋଇଛି। ଆଉ ଏହି ପ୍ରୟାସ ଆରମ୍ଭ କରିଛନ୍ତି ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ସମାଜ।

ୟୁରୋପର ୧୨ଟି ଦେଶର ପ୍ରବାସୀ ଓଡ଼ିଆ ଏହି ବୈଠକରେ ସାମିଲ ହୋଇଛନ୍ତି। ସାମିଲ ଓଡ଼ିଆମାନଙ୍କ ମଧ୍ୟରେ ବ୍ୟବସାୟୀ, ଗବେଷକ, ମିଶନାରୀ, ବିଭିନ୍ନ କ୍ଷେତ୍ରର ଛାତ୍ର ଯଥା ମେଡ଼ିକାଲ, ଇଂଜିନିୟରିଂ, ଆଇଟି, ବୁଦ୍ଧିଜୀବୀ ପ୍ରମୁଖ ଥିଲେ। ଲଣ୍ଡନରେ ଥିବା ଜଗନ୍ନାଥ ସମାଜ ଓ ପ୍ରବାସୀ ଓଡିଆମାନେ ନିର୍ମାଣ କରିବେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର। ଏହା ୨୦୨୪ ସୁଦ୍ଧା ଶେଷ ହେବା ନେଇ ନିଷ୍ପତ୍ତି। ପ୍ରଥମ ପର୍ଯ୍ୟାୟ ମନ୍ଦିର ନିର୍ମାଣ ଲାଗି ଆନୁମାନିକ ୫ ମିଲିୟନ୍ ଡଲାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ ସହାୟତା ଯୋଗାଇବାକୁ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆଲୋଚନାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଏବଂ ଦିଲ୍ଲୀର ଆବାସିକ କମିଶନର।

Leave a comment