୪ ଦିନର ଶୀତ ଅଧିବେଶନକୁ ନେଇ ନରସିଂହ ମିଶ୍ରଙ୍କ ସମାଲୋଚନା, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର

0

୪ ଦିନର ଶୀତ ଅଧିବେଶନକୁ ନେଇ ତେଜିଛି ରାଜନୀତି । ୨୬ଟି କାର୍ଯ୍ୟ ଦିବସ ବାକି ଥିବା ବେଳେ ଅଚାନକ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ସମାନ ଢ଼ଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି, ବିରୋଧୀଙ୍କୁ ଭୟ କରୁଛନ୍ତି ସରକାର । ସରକାରଙ୍କ ପାଖରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଥିବାରୁ ଜାଣିଶୁଣି ଗୃହକୁ ମଲତବୀ କରାଯାଇଛି ବୋଲି ନରସିଂହ ମିଶ୍ର ଅଭିଯୋଗ ଆଣିଛନ୍ତି । ସରକାରଙ୍କ କାର୍ଯ୍ୟ ନଥିଲେ ବି ବିରୋଧୀଙ୍କ ପାଖରେ ଆଲୋଚନା କରିବା ପାଇଁ ଅନେକ ବିଷୟ ଥିଲା ବୋଲି ନରସିଂହ କହିଛନ୍ତି । କିନ୍ତୁ ଅଗଣତାନ୍ତ୍ରିକ ଭାବେ ବିଧାନସଭାକୁ ବନ୍ଦ କରିଦିଆଯାଇଛି ବୋଲି ନରସିଂହ ଅଭିଯୋଗ କରିଛନ୍ତି ।

ସେହିପରି ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ମାତ୍ର ୪ ଦିନ ଭିତରେ ଶୀତ ଅଧିବେଶନକୁ ବନ୍ଦ କରି ରାଜ୍ୟ ସରକାର ଇତିହାସ ସୃଷ୍ଟି କରିଛନ୍ତି ବୋଲି ମୋହନ ମାଝୀ କଟାକ୍ଷ କରିଛନ୍ତି । କୌଣସି କାରଣ ନଥାଇ ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାହିଁକି ମୁଲତବୀ ଘୋଷଣା କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମୋହନ ମାଝୀ । ରାଜ୍ୟ ସରକାର ଆଦିବାସୀ ବିରୋଧୀ ଏବଂ ଜନ ବିରୋଧୀ ବୋଲି କହିବା ସହ ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥି ହୋଇଛନ୍ତି ବୋଲି ମୋହନ ମାଝୀ ଅଭିଯୋଗ କରିଛନ୍ତି । ତେବେ ଉଭୟ ବିଜେପି ଓ କଂଗ୍ରେସର ଅଭିଯୋଗକୁ ଭିତିହିନ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ ଓ ବିଜେଡ଼ି ବିଧାୟକ ରାଜ କିଶୋର ଦାସ ।

 

Leave a comment