ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରୁ ବନ୍ଧୁକ ମିଳିବା ଘଟଣା: ସୌଖିନ ପାଇଁ ବନ୍ଧୁକ ରଖିଛି – ନବ

ଓଡିଶା ଫାଷ୍ଟ( ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ବନ୍ଧୁକ ମିଳିବା ଘଟଣାରେ ସେ କହିଛନ୍ତି, ‘ସୁରକ୍ଷା ପାଇଁ ନୁହେଁ, ସୌଖିନ ପାଇଁ ବନ୍ଧୁକ ରଖିଛି । ଛାତ୍ର ଜୀବନରୁ ବନ୍ଧୁକ ରଖିଛି । ସୁରକ୍ଷା ପାଇଁ ନୁହେଁ, ସୌଖିନ ପାଇଁ ବନ୍ଧୁକ ରଖିଛି । ଆଇନର ବ୍ୟବସ୍ଥା ଭିତରେ ବନ୍ଧୁକ ଅଛି, ଏହା ଦୋଷାବହ ନୁହେଁ’ । ମୁଁ ରାଜନୀତି ସହ ବ୍ୟବସାୟ ବି କରୁଛି । ତେଣୁ ସମ୍ପତ୍ତି ବଢିବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ରାଜ୍ୟର ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଛି । ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ ଥିବା ଜଣାପଡ଼ିଛି । ତାଙ୍କର ମୋଟ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି । ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ଟଙ୍କା ଓ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଥିବା ଜଣାପଡ଼ିଛି ।