ବିଜେଡ଼ି ଛାତ୍ର ନେତାଙ୍କୁ ହତ୍ୟା ଧମକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେବି କଲେଜ ର ପୁର୍ବତନ ସଭାପତି ଏବଂ ବର୍ତ୍ତମାନ ର ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜୋନ ସଭାପତି ଅଜିତ ବେହେରା ଙ୍କୁ ଫୋନେ ରେ ଦିଆଯାଇଛି ହତ୍ୟା ଧମକ।

ସୂଚନା ଅନୁଯାୟୀ, କାଲି ରାତି ପ୍ରାୟ ୧୦ ଟା ୨୮ ମିନିଟ ରେ ୭୦୦୮୧୮୬୪୦୮ ନମ୍ବର ଫୋନ ରୁ ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଜୋନ ସଭାପତି ଅଜିତ ବେହେରା ଙ୍କ ଫୋନ ରେ ଏକ କଲ ଆସିଥିଲା। ଅଜିତ ଫୋନ ଉଠାଇବା ପରେ ତାଙ୍କୁ ସେ ବ୍ୟକ୍ତି ଜଣକ ଅସଭ୍ୟ ଭାଷାରେ ଗାଳି ଦେଇଥିଲା ଓ କହିଥିଲା ଶିବପ୍ରସଦ ନାୟକ ର କ୍ୟାଣ୍ଡେଟ କୁ ସପୋଟ କରିବୁ ନଚେତ ମରିବୁ। ଅଜିତ ତାଙ୍କ ପରିଚୟ ପଚାରିବାରୁ ସେ ନିଜ ନାଁ ମିଟୁ ସ୍ୱାଇଁ ଵୋଲି କହିବାସହ ସେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଙ୍କ ଘରେ ଯିଏ ଗୋବର ପକାଇଥିଲା ସେ ମୁଁ ବୋଲି ପରିଚୟ ଦେଇଥିଲା । ସେ ଆହୁରି ମଧ୍ୟ କହିଥିଲା କି ‘ ମତେ ପଣ୍ଡିଆନ ଘରେ ପଶିବାକୁ ଯେତିକି ସମୟ ଲାଗିଥିଲା ତୋ ଘରେ ପଶିବାକୁ ତାଠାରୁ ଖୁବ କମ ସମୟ ଲାଗିବ। ତୁମ ଘରେ ପଶି ମୁଁ ତତେ ଖଣ୍ଡ ଖଣ୍ଡ କରି ହାଣି ପକାଇବି। କେଉଁ ପଣ୍ଡିଆନ କି କେଉଁ ଅଶୋକ ପଣ୍ଡା ମୋର କିଛି କରି ପାରିବନି’। ଏହାପରେ ତାଙ୍କ ନମ୍ବର କୁ ଏକ ମେସେଜ ମଧ୍ୟ ଆସିଥିଲା ବୋଲି ବଡଗଡ ଥାନାରେ ଅଜିତ ବେହେରା ଲିଖିତ ଅଭିଯୋଗ କରିଛନ୍ତି ।

Leave a comment