ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା: ନୟାଗଡରେ ପୋତିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅପହରଣ-ହତ୍ୟା ମିଷ୍ଟ୍ରୀ। ନାଟକୀୟ ମୋଡ଼ରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି। ଚାନ୍ଦବାଲିରୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି।

ଏହି ହତ୍ୟାଘଟଣା ଭଦ୍ରକ ଜିଲ୍ଲାରୁ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ବର ଦେଇ ନୟାଗଡରେ ଶେଷ ହୋଇଛି । ଅର୍ଥାତ ମୃତ ମାନସ ସ୍ବାଇଁଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା। ରାଜଧାନୀକୁ ଆଣିବା ପରେ ଏଠାରେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଠିକଣା ଲଗାଇବାକୁ ନୟାଗଡ଼ ନେଇ ପୋତିଥିଲେ। ସୂଚନା ଅନୁସାରେ ଗତ ଫେବୃଆରୀ ୭ ତାରିଖରେ ନୟାଗଡ଼ ରଣପୁର ଅଞ୍ଚଳର ମାନସ ସ୍ଵାଇଁ ଚାନ୍ଦବାଲିକୁ ଏକ ବାହାଘରରେ ଫଟୋ ଉଠାଇବାକୁ ଆସିଥିଲେ । ଏହି ସମୟରେ ଭୁବନେଶ୍ବରରୁ ୫ ଜଣ ଆସି ମାନସକୁ ଅପହରଣ କରି ନେଇଥିଲେ । ଏନେଇ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ୧୪ ତାରିଖରେ ଅଭିଯୋଗ କରାଯାଇଥିଲା । ଚାନ୍ଦବାଲି ଥାନା ଅଧିକାରୀ ଘଟଣାକୁ ଗରୁତ୍ବର ସହ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଠାବ କରିଥିଲେ । ପରେ ପୋଲିସ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧୂପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଉଦ୍ଧାର କରିଥିଲା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ପୋଲିସ କହିଛି ।

Leave a comment