ସାଂସଦ ଓ ବିଧାୟକଙ୍କ ବିଦେଶ ଗସ୍ତ ଚିଠା ରହିବ ଅର୍ଥ ବିଭାଗ ପାଖରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥ ବିଭାଗକୁ ନଜଣାଇ ଏଥର ବିଦେଶ ଗସ୍ତ କରିପାରିବେନି ସାଂସଦ ଓ ବିଧାୟକ । ଏହି ନିୟମ ସରକାରୀ ଅଫିସରଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ସୂଚନା ଅନୁଯାୟୀ, ସାଂସଦ, ବିଧାୟକ ଓ ସରକାରୀ ଅଫିସର ବିଦେଶ ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ପକ୍ଷରୁ ଏହି ଚିଠି କରାଯାଇଛି।

Leave a comment