କିଡନୀ ବିକ୍ରି କରି ନିର୍ବାଚନ ଲଢ଼ିବାକୁ ଅନୁମତି ମାଗିଲେ ଏମ୍ପି ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଥିବା ବେଳେ ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିସହ ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚକୁ ଦୃଷ୍ଟିରେ ରଖି ଦଳର ମୁଖିଆ ଓ ପ୍ରାର୍ଥୀମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ସାଧାରଣ ନିର୍ବାଚନରେ ଏମ୍ପି ପ୍ରାର୍ଥୀମାନେ ସର୍ବାଧିକ ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଏହାକୁ ନେଇ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମଧ୍ୟପ୍ରଦେଶ ବାଲାଘାଟ ଲୋକ ସଭା ଆସନର ସ୍ବାଧୀନ ପ୍ରାର୍ଥୀ ହୋଇଥିବା କିଶୋର ସମ୍ରାଇଟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଦର୍ଶାଇଛନ୍ତି ଯେ, ନିର୍ବାଚନ କମିଶନ ଏମ୍ପି ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ୭୫ଲକ୍ଷ ଧର୍ଯ୍ୟ କରିଛନ୍ତି । ମାତ୍ର ଏତେ ଟଙ୍କା ମୋ ପାଖରେ ନାହିଁ । ନିର୍ବାଚନ ଆଉ ୧୫ ଦିନ ଥିବା ବେଳେ ଏତେ ଟଙ୍କା ଯୋଗଡ଼ କରିବା ସମ୍ଭବ ନୁହେଁ । ତେଣୁ କୌଣସି ବ୍ୟାଙ୍କରେ ଲୋନ୍ କରାଇ ଦେବା ନଚେତ୍ ମୋର କିଡନୀ ବିକ୍ରି କରିବା ପାଇଁ ନିର୍ବାଚନ କମିଶନ ଅନୁମତି ପ୍ରଦାନ କରନ୍ତୁ ବୋଲି ଏମ୍ପି ପ୍ରାର୍ଥୀ କିଶୋର ଲେଖିଛନ୍ତି ।