ସାଂସଦ ଓ ତାଙ୍କ ଗଡ଼ିର ଡ୍ରାଇଭର ଭାଙ୍ଗୁଛନ୍ତି ନିୟମ, ଭାଇରାଲ ହେଲା ଫଟୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ରାଜ୍ୟରେ ସଂଶୋଧିତ ମୋଟର ଆଇନ କଡା କଡ଼ି ଲାଗୁହୋଇଥିବା ବେଳେ ରାଜ୍ୟର ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଭଦ୍ରକ ସାଂସଦ ନିଜେ ବସିଥିବା ଗାଡ଼ିରେ ମୋଟର ଯାନ ଆଇନ ଉଲଘଂନ ହୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ସରକାରୀ ଗସ୍ତରେ ଭଦ୍ରକ ଜିଲ୍ଲା ଆସିଥିଲେ । ଗସ୍ତ ସମୟରେ ସେ ଭଦ୍ରକ ସାଂସଦଙ୍କ ସହ ଗୋଟେ ଗାଡ଼ିରେ ବସିଥିଲେ । ଭଦ୍ରକ ସାଂସଦ ଆଗରେ ବସିଥିବ ବେଳେ ସେ କିମ୍ବା ତାଙ୍କ ଗାଡିର ଡ୍ରାଇଭର ସିଟ ବେଲ୍ଟ ପିନ୍ଧିନଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜିର ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସର ଏଭଳି ପକ୍ଷ ପାତିତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a comment