ମାର୍କେଟ କମ୍ପ୍ଲେକ୍ସ ଠାରୁ ଅଲଗା ଥିଲେ ଦୋକାନ ଖୋଲିପାରିବ, ଚା’ ଓ ପାନ ଦୋକାନ ଉପରେ କଟକଣା ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଓ କେଉଁ ଦୋକାନ ବନ୍ଦ ରହିବ ସେନେଇ ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ମାର୍କେଟ କମ୍ପେ୍ଲକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ । ଏଥିରେ କପଡ଼ା ଦୋକାନ ମଧ୍ୟ ସାମିଲ ରହିଛି ।

ସେ କହିଛନ୍ତି ଯେ, ସପିଂ ମଲ ଏବଂ ମାର୍କେଟ କମ୍ପେ୍ଲକ୍ସ ଖୋଲିପାରିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା। ଗୋଟିଏ କୋଠାରେ ୫ଟିରୁ ଅଧିକ ଦୋକାନ ଥିଲେ ଏହାକୁ ମାର୍କେଟ କମ୍ପେ୍ଲକ୍ସ ଭାବେ ଧରାଯିବ । ଆର୍ଥାତ ଗୋଟିଏ ସ୍ଥାନରେ ୫ଟିରୁ କମ ଦେକାନ ଥିଲେ, ସେଗୁଡ଼ିକ ଖୋଲିପାରିବ । ଚା’, ପାନ, ସ୍ପା, ଗୁଟଖା ଦୋକାନ ଖୋଲିପାରିବ ନାହିଁ । ସେହିପରି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି କିନ୍ତୁ ସେଠାରେ ଖାଇବା ଅନୁମତି ଦିଆଯାଇ ନାହିଁ । ଗ୍ରାହକ ଏଠାରୁ ପାର୍ସଲ ନେଇପାରିବେ ।

Leave a comment