ଓଡିଶା ପାଇଁ ଭଲ ଖବର: ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଆଜି ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫ଜଣ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର  ଥିବାବେଳେ ଜଣେ ଯାଜପୁରର ବୋଲି ସୂଚନା ମିଳିଛି। ଏହାଫଳରେ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ୫ଜଣଙ୍କର ଚିକିତ୍ସା ପରେ କୋଭିଡ-୧୯ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୧୯ ଥିବା ବେଳେ ୬୮ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଆଜି ଗୋଟିଏ ଦିନରେ ରାଜ୍ୟରେ ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୧୯ଜଣଙ୍କ ମଧ୍ୟରୁ ୧୩ଜଣ ଗଞ୍ଜାମ, ୩ଜଣ ମୟୁରଭଞ୍ଜ ଏବଂ ରାଉରକେଲା, ନୟାଗଡ଼ ଏବଂ ଭଦ୍ରକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

Leave a comment