ରାଜଧାନୀର ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍ । ବିଏମସିର ଦକ୍ଷିଣ-ପୂର୍ବ ଜୋନରେ ଆଜି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସଂକ୍ରମିତମାନେ ହୋମ୍ ଆଇସୋଲେସନରେ ଥିବାବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି । ଏହାସହ ଆଜିଠାରୁ ଏନଫୋର୍ସମେଣ୍ଟ ଟିମ୍ ସଂଖ୍ୟା ବଢିଛି । ଗୋଟିଏ ଜୋନରେ ତିନୋଟି ଟିମ୍ ପଇଁତରା ମାରିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଫାଇନ୍ ଆଦାୟ ସହ ଗହଳି କଲେ ଦୋକାନ ସିଲ୍ ହେବ । ଆଜି ରବିବାର ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ, ପାର୍କ, ମଠ, ମନ୍ଦିର ଆଦି ସ୍ଥାନରେ ଚଢ଼ାଉ କରାଯିବ ବୋଲି ଜୋନାଲ୍ ଡେପୁଟି କମିଶନର କହିଛନ୍ତି । ଶନିବାର ବିଏମସି ଅଞ୍ଚଳରୁ ୫୮୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । କ୍ୱାରେଣ୍ଟାଇନରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।

Leave a comment