ଆଜିଠୁ ସଂସଦର ମୌସୁମୀ ଅଧିବେଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଚାଷୀ ସମସ୍ୟା, ପିଏନ୍ବି ସ୍କାମ୍, ଦଳିତଙ୍କ ଉପରେ ଆକ୍ରମଣ ଆଦି ପ୍ରସଙ୍ଗକୁ ନେଇ ଗୃହ ସରଗରମ୍ ହୋଇପାରେ। ଗତ ଅଧିବେଶନ ସମ୍ପୂର୍ଣ୍ଣ ଧୋଇ ଯାଇଥିବା ବେଳେ ଏଥର ଗୃହ ଠିକ ଭାବେ ଚଳାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ତଲାକ୍ ବିଲ୍ ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏହାକୁ ପାରିତ କରିବାକୁ ବିରୋଧୀ ଚେଷ୍ଟା କରିବେ। ବିରୋଧୀ ଦଳ ପକ୍ଷରୁ ସରକାରଙ୍କୁ ଘେରିବା ଲାଗି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। କଂଗ୍ରେସ ମହିଳା ଆରକ୍ଷଣ, ମିଳିତ ହିଂସା, ଏସ୍ସି-ଏସ୍ଟି ଆକ୍ଟରେ ପରିବର୍ତ୍ତନ, ପେଟ୍ରୋଲ-ଡିଜେଲ ଦର ବୃଦ୍ଦି ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ପ୍ରସ୍ତୁତ ହୋଇଥିବା କୁହାଯାଉଛି। ସେହିପରି ଏସ୍ସି/ଏସ୍ଟି ସଂରକ୍ଷଣ ସଂଶୋଧନ ସମେତ ଆଉ କିଛି ନୂଆ ବିଲ୍ ଆଗତ ହୋଇପାରେ। ବିଜେଡି ମହାନଦୀ, ପୋଲାଭରମ୍ ଓ ଏମ୍ଏସ୍ପି ପ୍ରସଙ୍ଗ ଗୃହରେ ଉଠାଇପାରେ।