କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି।ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗର ସୂଚନା ଜାରି କରିଛି। ମୌସୁମୀ ବାୟୁ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ । କେରଳରେ ମୌସୁମୀ ବାୟୁ ଛୁଇଁଲା ପରେ ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଉତ୍ତର ପୂର୍ବରେ ମୌସୁମୀ ଶୀଘ୍ର ଆସବା ପଛରେ ରେମାଲ ବାତ୍ୟା ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି।
ମୌସୁମୀ ବାୟୁ ସାଧାରଣତଃ ଜୁନ୍ ପହିଲାରୁ ୫ ତାରିଖ ମଧ୍ୟ ପ୍ରବେଶ କରିଥାଏ। ପରେ ଏହା ଧୀରେ ଧୀରେ ଅନ୍ୟ ଅଞ୍ଚଳକୁ ପ୍ରବେଶ କରେ। ତେବେ ଏହାର ସପ୍ତାହରୁ ୧୫ ଦିନ ପରେ ଓଡ଼ିଶାରେ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।