ନିରାବତାରେ ମୋଦିଙ୍କ ହ୍ୟାଟ୍ରିକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରାବତାରେ ମୋଦିଙ୍କ ହ୍ୟାଟ୍ରିକ । ଥରେ ନୁହଁକି ଦିଥର ନୁହଁ ଏଇ ମାସେ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଲେଣି ତିନିଥର । ନିର୍ବାଚନ ସମୟ ସମସ୍ତେ ଭାବୁଥିଲେ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ ହେବ । ରାଜ୍ୟସରକାର ଓ ନବୀନ ପଟ୍ଟନାୟକଙ୍କୁ କଠୋର ସମାଲୋଚନା ହେବ । ଯାହା ଭାବୁଥିଲେ ଘଟିଗଲା ତାର ପୁରା ଓଲଟା । କୌଣସି ଥରବି ସ୍ୱତନ୍ତ୍ର ଆକ୍ରମଣ କଲେନି କି ପ୍ରତିଆକ୍ରମଣ କଲେନି କି କୌଣସି ସମାଲୋଚନା କଲେନି ନା ମାତ୍ର ନେଲେନି ।

ସୂଚନା ଅନୁଯାୟୀ, ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରରେ ପହଞ୍ଚିଥିଲେ । ବଲାଙ୍ଗୀର ରେଳଷ୍ଟେସନ ନିକଟରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମ ଅବସରରେ ମୋଦି ୧୫୫୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ଉଦବୋଧନ ଦେଇ କହିଛନ୍ତି ଯେ, ଓଡ଼ିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀର-ବିଛୁପାଲ୍ଲୀ ରେଳଷ୍ଟେଶନ ମଧ୍ୟରେ ନୂଆ ରେଳପଥ ଉଦ୍‌ଘାଟନ କରିଛନ୍ତି । ସେହିପରି ରାୟଗଡ଼ାଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ କରିବା ସହିତ ସୁବର୍ଣ୍ଣପୁରଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଗଣେଶୀ ଲାଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ କଲିକେଶ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ । 

ଏହାପରେ ପଥରଚେପାରେ ଅାୟୋଜିତ ଦଳୀୟ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ବି ପୂର୍ବ ଦୁଇ ସମାବେଶ ଭଳି ମୋଦି ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲି ନଥିଲେ । କେବଳ ଏତିକି କହିଥିଲେ ଯେ, ଓଡ଼ିଶା ସରକାର ନିର୍ବାଚନ ପାଇଁ ଟଙ୍କା ପକାଇ ନ ରଖନ୍ତୁ, ଲୋକଙ୍କ କଥା ବୁଝନ୍ତୁ । ପ୍ରଧାନମନ୍ତ୍ରୀଙ୍କ ପୂରା ଭାଷଣ ଭିତରେ ରାଜ୍ୟ ସରକାରଙ୍କ ବିରୋଧ କେବଳ ଏତିକି ଥିଲା ସମାଲୋଚନା । ଯାହାକି ଦଳୀୟ କର୍ମୀମାନଙ୍କ ମନବଳ ଭାଙ୍ଗି ଦେବାସହ ଜୋସ ମଧ୍ୟ କମାଇ ଦେଇଛି । ଏହାକୁ ନେଇ ଏବେ ଦ୍ଵନ୍ଦରେ ରାଜ୍ୟ ବିଜେପି କର୍ମୀ ।

Leave a comment