ମୋଦିଙ୍କ ଭେଟି; କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ପୂର୍ବରୁ ବୋନସ ଘୋଷଣା
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ପୂର୍ବରୁ ବୋନସ ଘୋଷଣା କଲେ ମୋଦି ସରକାର । ଗ୍ରୁପ ବି ଏବଂ ଗ୍ରୁପ ସି ବର୍ଗର କର୍ମଚାରୀଙ୍କୁ ମିଳିବ ଲାଭ । ଦିପାବଳୀ ପୂର୍ବରୁ ସରକାର ମଙ୍ଗଳବାର ଦିନ ବୋନସ ଘୋଷଣା କରିଛନ୍ତି । ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ବର୍ଗର କର୍ମଚାରୀମାନେ ପାଖାପାଖି ୩୦ ଦିନର ବେତନ ସହିତ ସମାନ ଟଙ୍କା ପାଇବେ ।
ଅଣ-ଗେଜେଟେଡ୍ କର୍ମଚାରୀ କେନ୍ଦ୍ର ସରକାରଙ୍କ ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ଅଧୀନରେ ଥିବା, ଯେଉଁମାନେ କୌଣସି ବୋନସ୍ ସ୍କିମ୍ ଅଧୀନରେ ନାହାଁନ୍ତି, ସେମାନଙ୍କୁ ଏହି ବୋନସ୍ ମିଳିବ । ସୂଚନା ଅନୁସାରେ ଏହି ବୋନସ ସେହି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ସେବା କରିଆସୁଛନ୍ତି ଏବଂ ୨୦୨୨-୨୩ ବର୍ଷ ମଧ୍ୟରେ ଅତି କମରେ ୬ ମାସ କାମ କରିଛନ୍ତି ।