ହେଲିକପ୍ଟରରୁ ଚେନ୍ନାଇ ଟେଷ୍ଟ ଦେଖିଲେ ମୋଦୀ : ସେୟାର କଲେ ଫଟୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇ ଗସ୍ତରେ ଅଛନ୍ତି। ଚେନ୍ନାଇ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯେତେବେଳେ ଏମଏ ଚିଦମ୍ବରମ୍ ଷ୍ଟାଡିୟମ୍ ଦେଇ ଗଲା ସେତେବେଳେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟଚର ଦୃଶ୍ୟ ସେ ଦୂରରୁ ଦେଖିଥିଲେ। ଆଉ ଡେରି ନକରି ଏହାର ଫଟୋ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଟ୍ୱିଟ୍ କରି ଆକାଶରୁ ଏହି ମଜାଦାର ଦୃଶ୍ୟ ଦେଖିଥିବା ଲେଖିଛନ୍ତି। ଏହାର ଅର୍ଥ ଭାରତ ଓ ଇଂଲଣ୍ଡ ମଧ୍ୟରେ ରୋମାଞ୍ଚକପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ସମ୍ପର୍କରେ ମୋଦୀ ଅବଗତ ଅଛନ୍ତି। କାରଣ ଇଂଲଣ୍ଡକୁ ୧୩୪ ରନରେ ଭାରତ ଅଲଆଉଟ କରିଦେଇଛି।

Leave a comment