୨୦୨୪ ନିର୍ବାଚନ ଲଢ଼ିବେନି ବିଧାୟକ ନରସିଂହ ମିଶ୍ର

ତାଙ୍କ ଜାଗା ନେବେ ସାନପୁଅ ସମରେନ୍ଦ୍ର ମିଶ୍ର

0

ବର୍ଷିଆନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଅବଗତ କରିବେ ବୋଲି କହିଛନ୍ତି। ସାଂପ୍ରତିକ ସମୟରେ ସମରେନ୍ଦ୍ର ଯୋଗ୍ୟ ପ୍ରାର୍ଥୀ ବୋଲି ଶ୍ରୀ ମିଶ୍ର କହିବା ସହ ଦଳର ନିଷ୍ପତ୍ତି ଉପରେ ସେ ଏହାକୁ ଛାଡ଼ି ଦେଇଛନ୍ତି।

ପ୍ରକାଶଯୋଗ୍ୟ, ସମରେନ୍ଦ୍ର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ଏବେ ସେ ଏଆଇସିସି ସଦସ୍ୟ ଅଛନ୍ତି। ଶନିବାର କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କେବଳ କଂଗ୍ରେସ ଦଳରୁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ବୋଲି କହିଥିଲେ।

ବିଧାୟକ ଶ୍ରୀ ମିଶ୍ର ଏବେ ୮୩ ବର୍ଷରେ ଥିବାରୁ ତାଙ୍କର ସ୍ବାସ୍ଥ୍ୟଗତ କାରଣରୁ ର୍ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ସହ ଅନ୍ୟ କେଉଁ ଦଳରୁ ମଧ୍ୟ ନିର୍ବାଚନ ଲଢ଼ିବେ ନାହିଁ । ଦରକାର ହେଲେ କଂଗ୍ରେସ ଦଳ ପାଇଁ ପ୍ରଚାର କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave a comment