ଶୋକସଭାରେ ଯୋଗଦେବା ସମୟରେ ହୃଦଘାତ ଯୋଗୁଁ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶାସକ ଦଳର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ଦେହାନ୍ତ ଘଟିଛି । ହୃଦଘାତ ଯୋଗୁଁ ଝାରସୁଗୁଡା ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପଶ୍ଚିମ ଓଡ଼ିଶାର ସେ ଏକ ଚର୍ଚ୍ଚିତ ରାଜନୈତିକ ଚେହେରା । ଶ୍ରୀ ମହାନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଜ ଦାୟିତ୍ୱ ତୁଲାଉଥିଲେ ।ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।
ଶ୍ରୀ ମହାନ୍ତି ପୂର୍ବରୁ ଝାରସୁଗୁଡାରୁ ଲଗାତାର ଭାବେ ୩ଥର ବିଧାୟକ ଥିଲେ । ୨୦୦୮ ରେ ଓଡ଼ିଶା ବିଧାନସଭା ର ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୦୪ ରୁ ୨୦୦୮ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । ସେହିପରି ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ।